ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: L&T କମ୍ପାନୀର ପାଇପ ଚୋରି କରୁଥିବା ଅଭିଯୋଗରେ ୮ ଜଣ ଡ଼କାୟତଙ୍କୁ କଲା ଗିରଫ

ଟାଙ୍ଗୀ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଟାଙ୍ଗୀ କଲେଜ୍ ପଡିଆରେ ଚଢାଉ କରି ଗୋଟିଏ ହାଇଡ୍ରା ସହ ୩ ଆଇଚର ଟ୍ରକ୍ , ଗୋଟିଏ ଭୁଜାଲି ୩ଟି ଲୁହା ରଡ୍ ସହ ୯ ଟି ଦାମୀ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ୍ । ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ୍ । ଖୋର୍ଦ୍ଧା ଜିଲା ଟାଙ୍ଗୀରେ ଗତ କାଲି ରାତିରେ କେତେକ ସଶସ୍ତ୍ର ଡକାୟତ ୩ ଟି ଆଇଚର ଟ୍ରକ୍ ସହ ଗୋଟିଏ ହାଇଡ୍ର ସହାୟତାରେ ଟାଙ୍ଗୀକଲେଜ୍ ପଡିଆରେ ରଖାଯାଇଥିବା ପାନୀୟ ଜଳ ପାଇପ୍ କୁ ଲୁଟ୍ କରିବାକୁ କରିଥିଲେ ଯୋଜନା ।

ପାଇପ୍ କୁ ଜଗିଥିବା ସୁରକ୍ଷା କର୍ମୀଙ୍କୁ ଧମକାଇ ପାଣି ପାଇପ ଲୁଟ୍ କରୁଥିବା ବେଳେ ସୁରକ୍ଷା କର୍ମୀ ଜଣକ ନିକଟସ୍ଥ ସାହିରେ ଯୁବକ ମାନଙ୍କୁ ଜଣାଇଥିଲା । ଖବର ପାଇ ସାହିର ଯୁବକ ମାନେ ଏକାଠି ହୋଇ ପ୍ରତିରୋଧ କରିଥିଲେ । ତେବେ ଡକାୟତ ମାନେ ସେମାନଙ୍କୁ ଧମକ ଚମକ ଦେବାରୁ ଯୁବକ ମାନେ ତୁରନ୍ତ ଟାଙ୍ଗୀ ପୋଲିସ୍ କୁ ଖବର ଦେଇଥିଲେ । ଖବର ପାଇ ଟାଙ୍ଗୀ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ୩ ଟି ଆଇଚର ଟ୍ରକ୍ ଗୋଟିଏ ହାଇଡ୍ରା ସହ ୩ ଟି ଲୁହା ପାଇପ୍ ୯ ମୋବାଇଲ ଫୋନ୍ ଭୁଜାଲି ଲୁହା ରଡ୍ ୨୦୦ ପାଣି ପାଇପ ସହ ୮ ଜଣ ଡକାୟତଙ୍କୁ ଗିରଫ କରିଛି । ଏହି ଡକାୟତି ଦଳ ଆନ୍ତ ଜିଲ୍ଲା ସ୍ତରରେ ମଧ୍ୟ ସେମାନଙ୍କର ଅନ୍ୟ ସହଯୋଗୀ ଅଛନ୍ତି । ଯାହାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ତଦନ୍ତରେ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.