Below header

କିସ୍‌ରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, କଲମ ଦେଇ ଶୁଭକାମନା ଜଣାଇଲେ କିଟ ଓ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (୨୬ ।୪): ଚଳିତବର୍ଷ କିସ୍ରୁ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଚଳିତମାସ ୨୯ ତାରିଖରୁ ଆରମ୍ଭ ହେଉଥିବାବେଳେ ଏଥିରେ କିସର ୨୨୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ପରୀକ୍ଷା ଅବ୍ୟବହିତ ପୂର୍ବରୁ ମଙ୍ଗଳବାର କିସ୍ ପରିସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପରୀକ୍ଷାର୍ଥୀଙ୍କ ଶୁଭକାମନା କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏହି ଅବସରରେ ସେ ପିଲାଙ୍କୁ କଲମ ବଣ୍ଟନ କରିଥିଲେ । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଶ୍ରୀ ସାମନ୍ତ ଆଶା ରଖିଛନ୍ତି ବୋଲି କହିଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ କିସର ୧୨୦୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

FOUNDER-2

କଳାରେ ୪୪୦ ଜଣ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟରେ ୩୩୨ ଜଣ ଏବଂ ବିଜ୍ଞାନରେ ଯଥାକ୍ରମେ ୪୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଶ୍ରୀ ସାମନ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ କଲମ ବଣ୍ଟନ କରିବା ସହ ସେମାନଙ୍କ ସଫଳତା କାମନା କରିଥିଲେ । ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ସର୍ବାଧିକ ଛାତ୍ରଛାତ୍ରୀ କିସ ସ୍କୁଲର ହିଁ ହୋଇଥାନ୍ତି । ଏହା ସହ କିସ ସ୍କୁଲ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.