Below header

କେଶରେ ଲଗାଉଥିବା କଣ୍ଡିସନରକୁ ତ୍ୱଚାରେ ଏପରି ଭାବେ କରିପାରିବେ ବ୍ୟବହାର

କେଶକୁ ସିଲ୍କ ଏବଂ ସ୍ମଦ କରିବା ପାଇଁ ଆମେ କଣ୍ଡିସନର ବ୍ୟବହାର କରିଥାଉ। ଏହି କଥା ଆମେ ସମେସ୍ତ ଜାଣିଛେ। ଶାମ୍ପୁ କରିବା ପରେ ଆମେ କେଶକୁ ଶୁଷ୍କ ହେବାରୁ ବଞ୍ଚାଇବା ପାଇଁ କଣ୍ଡିସନର ବ୍ୟବହାର କରିଥାଉ। କିନ୍ତୁ କଣ୍ଡିସନରକୁ ଅନ୍ୟ କାମରେ ବ୍ୟବହାର କରିବା କଥା କେବେ ଶୁଣିଛନ୍ତି କି ?କଣ୍ଡିସନରକୁ ଆଉ କେଉଁ କାମରେ ବ୍ୟବହାର କରିପାରିବେ ଆସନ୍ତୁ ତାହା ଜାଣିନେବା ..

makeup brush

କଣ୍ଡିସନର ବ୍ୟବହାର କରି ଆପଣ ମେକ୍‌ଅପ ବ୍ରସକୁ ସଫା କରିବେ। ମେକ୍‌ଅପ୍‌ ବ୍ରସ ସଫା କରିବା ପାଇଁ ଗରମ ପାଣିରେ ଗୋଟେ ବୁନ୍ଦା କଣ୍ଡିସନର ପକାଇ ବ୍ରସକୁ ବୁଡାଇ ରଖନ୍ତୁ। କିଛି ସମୟରେ ବ୍ରସ ବିଲକୁଲ ସଫା ହୋଇଯିବ।

ବହୁତ ନରମ କପଡାକୁ ସ୍ୱତନ୍ତ୍ର ଭାବେ ସଫା କରିବା କିମ୍ବା ଧୋଇବା ଉଚିତ। ଏହିସବୁ କପଡା ଧୋଇବା ପାଇଁ ଆପଣ କଣ୍ଡିସନରକୁ ବ୍ୟବହାର କରିପାରିବେ। ଗରମ ପାଣିରେ ତିନିରୁ ଚାରି ବୁନ୍ଦା କଣ୍ଡିସନର ପକାଇ ମାଇଲ୍ଡ ଡିଟରଜେଣ୍ଟ ଭଳି ପୋଷାକ ସଫା କରିପାରିବେ।

shaving

କାଖ ତଳ କିମ୍ବା ଗୋଡର କେଶକୁ ହଟାଇବା ପାଇଁ ଯୁବତୀମାନେ ସେଭିଂ କ୍ରିମ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଆପଣଙ୍କ ଘରେ ଯଦି ସେଭିଂ କ୍ରିମ ନଥାଏ, ତେବେ ଆପଣ କଣ୍ଡିସନର ମଧ୍ୟ ବ୍ୟବହାର କରିପାରିବେ। ଆପଣ କଣ୍ଡିସନର ନେଇକୁ ଗୋଡ କିମ୍ବା କାଖରେ ଲଗାଇ ସେଭିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.