Below header

ଇନକମିଙ୍ଗ କଲ ରିଙ୍ଗ ସମୟ ନେଇ ନୂଆ ନିୟମ ଜାରି କଲା TRAI

ଏବେ ଠାରୁ ମୋବାଇଲ ଫୋନରେ ଇନ କମିଙ୍ଗ କଲ ଆଉ ୩୦ ସେକେଣ୍ଡରୁ ଅଧିକ ସମୟ ବାଜି ପାରିବ ନାହିଁ । କିନ୍ତୁ ଲ୍ୟାଣ୍ଡ ଲାଇନ ଫୋନରେ ଏହି ସୀମାକୁ ୧ ମିନିଟ ବା ୬୦ ସେକେଣ୍ଡ ପର୍ଯ୍ୟନ୍ତ ରଖାଯାଇଛି । ଭାରତୀୟ ଟେଲିକମ ଅଥରିଟି ବା ଟ୍ରାଇ ଏ ନେଇ ଏକ ନୂଆ ନିୟମ ଜାରି କରିଛନ୍ତି । ଏହି ନିୟମକୁ ସମସ୍ତ ଦୂର ସଂଚାର କମ୍ପାନୀ ମାନେ କଡା ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାଇ ତରଫରୁ ଆହୁରି ମଧ୍ୟ କୁହାଯାଇଛିଯେ ଯଦି କଲ ଆସୁଥିବା ସମୟରେ ଫୋନ ଉଠାନଯାଏ ତେବେ ଅତି ବେଶୀରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଫୋନର ରିଂ ବାଜିପାରିବ ।

ଲ୍ୟାଣ୍ଡ ଲାଇନରେ କଲ ଅତିବେଶୀରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ହିଁ ବାଜି ପାରିବ । ଆହୁରି ମଧ୍ୟ ଆସନ୍ତା ୧୫ ଦିନ ଭିତରେ ହିଁ ଏହି ନିୟମକୁ ସମସ୍ତ ଦୂର ସଂଚାର କମ୍ପାନୀ ମାନଙ୍କୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏଯାବତ ଏହି ସମସ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ ନଥିଲା । ରିଲେଆନ୍ସ ଜିଓ ହିଁ ସର୍ବ ପ୍ରଥମେ କଲ ଅବଧି ନେଇ ଚେଷ୍ଟା କରିଥିଲେ । ପରେ ଏୟାରଟେଲ ଓ ଭୋଡ଼ାଫୋନ କମ୍ପାନୀ ଆଉଟ ଗୋଇଙ୍ଗ କଲ ନେଇ ୨୫ ସେକେଣ୍ଡର ସମୟ ସୀମା ସ୍ଥିର କରିଥିଲେ ।

ଏହା ସହ ପଢନ୍ତୁ: ଯଦି ଆପଣ ମଧ୍ୟ ଜାଣିଛନ୍ତି ଏହିସବୁ ବିଦେଶୀ ଭାଷା, ତେବେ ଚାକିରି କରିବାରେ କେହି ଦେବେନି ବାଧା

ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ମାସ ୬ ତାରିଖରେ ରିଂ ସମୟ ସୀମାକୁ ନେଇ ଦେଶର ବଡ ବଡ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ କମ୍ପାନୀ ଗୁଡିକ କଲ ରିଂର ୩୦ ସେକେଣ୍ଡ ସମୟ ସୀମା ନେଇ ସହମତି ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.