ରାତ୍ରି ଭୋଜନ ପରେ ନିହାତି ୩0 ମିନିଟ ଚାଲନ୍ତୁ ,ସବୁଦିନେ ଫିଟ ରହିବେ

ଯଦି ଆପଣ ରାତି ଖାଇବା ପରେ ଚାଲି ପାରିବେ ତ ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହୋଇପାରିବ |ଆମେ ଏଠାରେ ଆପଣଙ୍କୁ ଜଣାଇବୁ କି ରାତି ଖାଇବା ପରେ ଚାଲିବା କାହିଁକି ଜରୁରୀ ?

ଆମେ ସମସ୍ତେ ନିଜ ନିଜ ଜୀବନରେ ବହୁତ ବ୍ୟସ୍ତ ରହିଥାଉ | ସାଧାରଣତଃ ଆମେ ମହିଳାମାନେ ଘର ଏବଂ ବାହାର ଉଭୟ ଦାୟିତ୍ୱକୁ ତୁଲେଇବାରେ ବ୍ୟସ୍ତ ରହିଥାଉଁ | ଯେଉଁଥିପାଇଁ ଆମକୁ ଏକ୍ସରସାଇଜ କରିବା ପାଇଁ ସମୟ ମିଳେ ନାହିଁ | ଯଦ୍ୱାରା ଆମେ ଅଳସୁଆ ହୋଇଯାଉ |

ଏମିତି ରେ ଆମ ଓଜନ ବି ଖୁବ ଶୀଘ୍ର ବଢିବାକୁ ଲାଗେ | କିନ୍ତୁ ଯଦି ଆପଣ ଖାଇବା ପରେ ଚାଲି ପାରିବେ ତାହେଲେ ଆପଣଙ୍କ ପାଇଁ ବହୁତ ଭଲ ହେବ | ଆମେ ସମସ୍ତେ ଚାଲିବା ଦ୍ୱାରା ମିଳୁଥିବା ଫାଇଦା ବିଷୟରେ ଜାଣିଚୁ | ଏହା ଓଜନକୁ କଣ୍ଟ୍ରୋଲ କରିବା ସହିତ ଆପଣଙ୍କୁ କେତେକ ଅସୁବିଧାରୁ ବଂଚାଇଥାଏ | ଏଠାରେ ଆମେ ଆପଣଙ୍କୁ ଜଣାଇବୁ କି ରାତି ଖାଇବା ପରେ ଚାଲିବ କାହିଁକି ଜରୁରୀ |

ରାତିରେ ଶାନ୍ତିର ନିଦ ଆସେ : ଶାରୀରିକ ଫିଟନେସ ସହିତ ରାତିରେ ଖାଇବା ପରେ ଚାଲିବା ଦ୍ୱାରା ଆମକୁ କେତେକ ମାନସିକ ଲାଭ ମଧ୍ୟ ମିଳିଥାଏ | ଚାଲିବ ଦ୍ୱାରା ଆପଣଙ୍କ ଷ୍ଟ୍ରେସ ଦୂର କରିବାରେ ସାହାଯ୍ୟ ମିଳିଥାଏ, ଯାହାଦ୍ୱାରା ଆପଣ ସହଜରେ ଶୋଇ ମଧ୍ୟ ପାରିବେ |

ଇମ୍ୟୁନିଟିକୁ ମଜବୁତ କରିଥାଏ : ରାତି ଖାଇବା ପରେ ଚାଲିବା, ଇମ୍ୟୁନିଟି ବଢ଼ାଇବାରେ ସାହାଯ୍ୟ କରିଥାଏ | କାରଣ ଏହା ଆପଣଙ୍କ ସିଷ୍ଟମକୁ ଠିକ ରଖିଥାଏ | ଦୃଢ ଇମ୍ୟୁନିଟି ଦ୍ୱାରା ଆପଣ କେତେ ପ୍ରକାରର ରୋଗ ଠାରୁ ବଞ୍ଚିଯିବେ |

ହଜମ ଶକ୍ତିରେ ସୁଧାର : ଚାଲିବା ଦ୍ୱାରା ଆମର ଡାଇଜେସଟିବ ସିଷ୍ଟମ ଠିକ୍ ରେ କାମ କରିଥାଏ | ରାତିରେ ଖାଇବା ପରେ ଚାଲିବା ଦ୍ୱାରା ଆମର ଶରୀର ଅଧିକ ଗ୍ୟାସ୍ଟ୍ରିକ ଏଞ୍ଜାଇମ କ୍ଷରଣ କରିଥାଏ ,ଯାହାଦ୍ୱାରା କଠିନ ଝାଡା ସମସ୍ୟାରୁ ଆମେ ମୁକ୍ତି ପାଇଥାଉଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.