ଶାରଦୀୟ ନବରାତ୍ରୀ ପୂଜା: କେବେ ବି କରନ୍ତୁ ନାହିଁ ଏହିସବୁ ଭୁଲ୍‌, ନଚେତ ନକାରାତ୍ମକ ଶକ୍ତି ନେଇଯିବ ପୂଜା ଫଳ

ଶାରଦୀୟ ନବରାତ୍ରୀ ପର୍ବ ଆରମ୍ଭ ହେବାକୁ ଯାଉଛି। ଏହିଦିନରେ ଅଧିକାଂଶ ଲୋକ ବ୍ରତ ଉପବାସ ରଖନ୍ତୁ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ମା’ ଦୁର୍ଗାଙ୍କ ୯ ଦିବସୀୟ ନବରାତ୍ରୀ ବ୍ରତ ସମୟରେ ସଞ୍ଜମତା ଏବଂ ଅନୁଶାସନ ପାଳନ କରିବା ନିତାନ୍ତ ଆବଶ୍ୟକ। ନବରାତ୍ରୀରେ ଦେବୀ ମା’କୁ ପ୍ରସନ୍ନ କରିବା ପାଇଁ ଏହି ୧୩ଟି କାମରୁ ନିଶ୍ଚିତ ବଞ୍ଚି ରହିବା ଦରକାର ନଚେତ ଆପଣ ପୂଜା କରୁଥିବାର ଫଳ ନକାରାତ୍ମକ ଶକ୍ତି ନେଇଯାଇପାରେ। ତେବେ ଆସନ୍ତୁ ଜାଣିବା କ’ଣ ସବୁ ସେହି ଭୁଲ୍‌…

ନବରାତ୍ରୀରେ କେବେ ବି ଭୁଲ୍‌ରେ ଏହି ୧୩ଟି କାମ କରନ୍ତୁ ନାହିଁ

– ନବରାତ୍ରୀରେ ଯଦି ଆପଣ ଅଖଣ୍ଡ ଦୀପ ଜଳାଉଛନ୍ତି, ତେବେ ଏହିଦିନ ମାନଙ୍କରେ କେବେ ବି ଘର ଖାଲି ଛାଡିଯାଆନ୍ତୁ ନାହିଁ।

– ୯ ଦିନ ପର୍ଯ୍ୟନ୍ତ ନଖ କାଟନ୍ତୁ ନାହିଁ।

– ବ୍ରତ ରଖିବା ସମୟରେ ପୁରୁଷମାନେ ଦାଢି, ନିଶ ଏବଂ କେଶ କିଛି ବି କାଟନ୍ତୁ ନାହିଁ।

puja

– ଖାଦ୍ୟରେ ପିଆଜ, ରସୁଣ ଏବଂ ଆମିଷ ଖାଆନ୍ତୁ ନାହିଁ।

– ୯ ଦିନ ପର୍ଯ୍ୟନ୍ତ ମଇଳା କିମ୍ବା ଅଧୁଆ ପୋଷାକ ପିନ୍ଧନ୍ତୁ ନାହିଁ।

– ବ୍ରତ ଏବଂ ଉପବାସ ରଖୁଥିବା ଲୋକ ବେଲ୍ଟ, ଚପଲ ଏବଂ ଜୋତା, ବ୍ୟାଗ ଭଳି ଚମଡାର ବ୍ୟବହାର କରନ୍ତୁ ନାହିଁ।

– ବ୍ରତ ରଖୁଥିବା ଲୋକ ୯ ଦିନ ପର୍ଯ୍ୟନ୍ତ କେବେ ବି ଲେମ୍ବୁ କାଟନ୍ତୁ ନାହିଁ।

– ବ୍ରତ ରଖୁଥିବା ବ୍ୟକ୍ତି ଖାଦ୍ୟରେ ଶସ୍ୟ ଏବଂ ଲୁଣର ସେବନ କରିବା ଉଚିତ ନୁହେଁ।

puja

– ବିଷ୍ଣୁ ପୁରାଣ ଅନୁସାରେ ନବରାତ୍ରୀ ବ୍ରତ ସମୟରେ ଶୋଇବା ନିଷେଧ କରାଯାଇଛି।

– କୌଣସି ଏକ ଜାଗାରେ ବସି ଫଳ ଆହାର କରିବା ଉଚିତ।

– ଗୋଟେ ସ୍ଥାନରେ ବସି ଚାଳିଶା, ମନ୍ତ୍ର ଏବଂ ସପ୍ତଶତୀ ପାଠ କରନ୍ତୁ। ସେହି ସମୟରେ ଅନ୍ୟ କୌଣସି କଥା କହିବାର ଭୁଲ୍‌ କରନ୍ତୁ ନାହିଁ। ନଚେତ ଏହି ପାଠର ଫଳ ନକାରାତ୍ମକ ଶକ୍ତି ନେଇପାରେ।

– ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ବ୍ରତର ଫଳ ମିଳିନଥାଏ।

– ଅନେକ ଲୋକ ଭୋକ ମେଣ୍ଟାଇବା ପାଇଁ ତମାଖୁ ଖାଇଥାନ୍ତି, ତେବେ ବ୍ରତ ସମୟରେ ତମାଖୁ ଖାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.