ମୁଁହରୁ ଦୁର୍ଗନ୍ଧ ବାହାରୁଥିଲେ ଅଣଦେଖା କରନ୍ତୁ ନାହିଁ, ଦେଇଥାଏ ରୋଗର ସଙ୍କେତ !

ଅନେକ ଲୋକଙ୍କଠାରେ ମୁଖ ଦୁର୍ଗନ୍ଧ ସମସ୍ୟା ଦେଖାଦେଇଥାଏ। ମୁଁହରୁ ଦୁର୍ଗନ୍ଧ ବାହାରିବା ଏକ ସାମାନ୍ୟ ସମସ୍ୟା। ତେବେ ଏହି ସମସ୍ୟା ବି ଅନେକ ରୋଗକୁ ଡାକି ଆଣିଥାଏ। ଏହା କୌଣସି ରୋଗର ସଙ୍କେତ ବି ହୋଇପାରେ। ମୁଁହରୁ ଦୁର୍ଗନ୍ଧ ବାହାରିବାର ଅନେକ କାରଣ ହୋଇଥାଇପାରେ।

podina

ଓରାଲ ଇନଫେକସନ, ଫାଷ୍ଟ ଫୁଡ ଅଧିକ ମାତ୍ରାରେ ସେବନ କରିବା, ଦାନ୍ତ ମାଢିରେ ସଂକ୍ରମଣ, ଦାନ୍ତରେ ସଂକ୍ରମଣ, କବ୍ଜ ସମସ୍ୟା, ପାଚନ କ୍ରିୟା ଖରାପ ରହିବା ଆଦି ଏହାର ପ୍ରମୁଖ କାରଣ ଅଟେ। ଏହାଛଡ଼ା ଯେଉଁମାନେ ମଧୁମେହ, କିଡନୀ ଏବଂ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥାଆନ୍ତି, ସେମାନଙ୍କଠାରେ ମୁଖ ଦୁର୍ଗନ୍ଧ ସମସ୍ୟା ଲାଗି ରହିଥାଏ।

ଯଦି ଆପଣ ବି ଏହି ସମସ୍ୟାକୁ ନେଇ ଚିନ୍ତିତ, ତେବେ ପୋଦିନା ପତ୍ର ଚୋବାଇଲେ ଏଥିରୁ ନିସ୍ତାର ପାଇପାରିବେ। ଏହାକୁ ଆପଣାଇଲେ ମୁଁହରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ। ସେହିପରି ଗୁଜୁରାତି, ଲବଙ୍ଗ, ତ୍ରିଫଳା, ମୁଲେଠି ଆଦି ଚୋବାଇଲେ ବି ମୁଖ ଦୁର୍ଗନ୍ଧ ଠିକ ହୋଇଯାଇଥାଏ।

mouth2

ତ୍ରିଫଳା ଚୂର୍ଣ୍ଣକୁ ରାତିରେ ଗରମ ପାଣିରେ ରଖି ଦିଅନ୍ତୁ। ସକାଳୁ ଉଠୁ ଉଠୁ ଏଥିରେ କୁଳି କରନ୍ତୁ। ଦେଖିବେ ବହୁତ ଆରାମ ମିଳିବ। ଦିନରେ ଯେବେ ବି ମଉକା ମିଳିବ, ଏହାକୁ କରିପାରିବେ। ଏମିତି କଲେ ଦାନ୍ତ ମାଢି ସମସ୍ୟା ଦୂର ହୋଇଯାଇଥାଏ।

Leave A Reply

Your email address will not be published.