ଏହି ୫ଟି କାମ କଲେ ମିଳିବ ମନଲାଖି ବର

ସାଧାରଣତଃ ଝିଅ ବଡ ହେବା ପରେ ମା’-ବାପା ଝିଅର ବିବାହ ବିଷୟରେ ଚିନ୍ତା କରିଥାନ୍ତି। ମା-ବାପାଙ୍କର ସ୍ୱପ୍ନ ଥାଏ ତାଙ୍କ ଝିଅକୁ ଭଲ ପାତ୍ରଟିଏ ମିଳୁ, ଯେପରି ସେ ପୁରା ଜୀବନ ଝିଅକୁ ଖୁସିରେ ରଖିପାରିବ। ଏହକାରଣରୁ ହିଁ ମା-ବାପା ଅନେକ ଦେଖା, ଶୁଣା କରି ଝିଅ ପାଇଁ ବର ଖୋଜିଥାନ୍ତି। ଅନେକ ସମୟରେ ସମ୍ପର୍କ ଦୃଢ ଥିଲେ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥାଏ ବା ମନ ଚାହୁଁଥିବା ପାତ୍ର ମିଳିନଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି କି ସମ୍ପର୍କ ଯୋଡି ହେବା ସମୟରେ ଦେଖାଯାଉଥିବା ଏହି ସମସ୍ୟାର କାରଣ ବାସ୍ତୁଦୋଷ ମଧ୍ୟ ହୋଇଥାଏ। ଏହିସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବିଷୟରେ କହିବୁ ଯେପରି ଆସୁଥିବା ନୂଆବର୍ଷ ୨୦୨୦ ରେ ଆପଣଙ୍କ ବିବାହର ଯୋଗ ଖୋଲିଯିବା ସହ ମନ ଚାହୁଁଥିବା ପାତ୍ର ପାଇପାରିବେ।

marriage-ଭଗବାନ ଶଙ୍କରଙ୍କ ବ୍ରତ ରଖନ୍ତୁ:

ବିବାହ ଯୋଗ୍ୟ ଝିଅମାନେ ଭଗବାନ ଶିବଙ୍କର ୧୬ ସୋମବାର ବ୍ରତ ରଖିବା ଉଚିତ। ଏହି ବ୍ରତ ଆପଣ ନୂଆବର୍ଷ ପୂର୍ବରୁ ଆରମ୍ଭ କରିପାରିବେ। ଏହି ପ୍ରତ ସର୍ବଦା ଶୁକ୍ଳପକ୍ଷର ନପ୍ରଥମ ସୋମବାର ଦିନ ଆରମ୍ଭ କରିବା ଉଚିତ। ନିୟମିତ ରୂପେ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ଜଳ ଲାଗି କରିବା ସହ ବ୍ରତ କଥା ପଢି ଭଗବାନ ଶିବ ଏବଂ ମାତା ଗେରୀଙ୍କ ଆଶୀର୍ବାଦ ନେବା ଉଚିତ।

ପାଣିରେ ହଳଦୀ ପକାଇ ସ୍ନାନ କରିବା:

ଯେଉଁ ଝିଅମାନଙ୍କର ବିବାହ ହେବାରେ ବିଳମ୍ବ ହେଉଛି ସେହି ଝିଅମାନେ ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଉଚିତ। ଏପରି କରିବା ଦ୍ୱାରା ବିବାହ ଯୋଗ ଜଲଦି ଖୋଲିଥାଏ।

sankarନାଲି ରଙ୍ଗର କପଡା ପିନ୍ଧନ୍ତୁ:

ଯଦି ଘର ଲୋକ ବିବାହ ସମ୍ପର୍କରେ କଥା ହେବାକୁ ଯାଉଛନ୍ତି ତେବେ ସେହି ଦିନ ଝିଅ ନାଲି ରଙ୍ଗର ପୋଷାକ ପିନ୍ଧିବା ଉଚିତ।

ଦୁର୍ଗା ସପ୍ତସତୀ ପାଠ କରନ୍ତୁ:

ବିବାହ ଯୋଗ ଖୋଲିବା ପାଇଁ ଝିଅମାନେ ପ୍ରତ୍ୟେକ ଦିନ ସକାଳେ ଜଲଦି ଉଠି ସ୍ନାନ ସାରି ସଫା କପଡା ପିନ୍ଧିବା ଉଚିତ। ଏହାପରେ ଘରେ କିମ୍ବା ମନ୍ଦିରରେ ଦୀନ ଜାଳି ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ।

Banana-Treeକଦଳୀ ଗଛ ପୂଜା କରନ୍ତୁ:

ଭଲ ଏବଂ ମନ ଚାହୁଁଥିବା ପାତ୍ର ପାଇବା ପାଇଁ ଝିଅମାନେ ଗୁରୁବାର ଦିନ ଭଗବାନ ବୃହସ୍ପତି ଏବଂ କଦଳୀ ଗଛ ଆଗରେ ଶୁଦ୍ଧ ଦେଶୀ ଘିଅର ଦୀପ ଲଗାନ୍ତୁ। ଏଥିସହ କଦଳୀ ଗଛ ସାମ୍ନାରେ ଗୁରୁଙ୍କର ୧୦୮ ଥର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.