ଏକାଧିକ ଥର କ୍ଷୀର ଫୁଟାଉଛନ୍ତି କି! ଜାଣନ୍ତୁ ଏହାର କ୍ଷତି ସମ୍ପର୍କରେ

ଘରକୁ କ୍ଷୀର କିଣି ଆଣିବା ପରେ ଆମେ ତାହାକୁ ଫୁଟାଇଥାଉ। କ୍ଷୀର ଭଲ ଭାବେ ଫୁଟିବା ପରେ ହିଁ ତାହାକୁ ବ୍ୟବହାର କରାଯାଏ। କ୍ଷୀରରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ ଭିଟାମିନ୍‌, କ୍ୟାଲସିୟମ୍‌, ପ୍ରୋଟିନ୍‌ ଆଦି ରହିଛି, ଯାହା ହାଡ଼କୁ ମଜଭୁତ କରେ। ତେବେ କ୍ଷୀରକୁ ଫୁଟାଇଲେ ସେଥିରେ ଥିବା ସମସ୍ତ ପ୍ରକାରର ବ୍ୟାକ୍ଟେରିଆ ମରିଯାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କ୍ଷୀରକୁ ବାରମ୍ବାର ଫୁଟାଇବା ଅନୁଚିତ। ଏମିତି କରିବା କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

କ୍ଷୀରକୁ ବାରମ୍ବାର ଫୁଟାଇଲେ କ’ଣ ହୁଏ?

ରିସର୍ଚ୍ଚ ମୁତାବକ, କ୍ଷୀରକୁ ବାରମ୍ବାର ଫୁଟାଇଲେ ସେଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ଫଳରେ ଉକ୍ତ କ୍ଷୀରକୁ ପିଇଲେ ଶରୀରକୁ ଯେତିକି ପୋଷକ ତତ୍ତ୍ୱ ମିଳିବା କଥା ସେତିକି ମିଳିପାରିନଥାଏ।

କ୍ଷୀରକୁ ଫୁଟାଇବାର ଠିକ୍‌ ଉପାୟ:

କ୍ଷୀରକୁ ଫୁଟାଇବା ବେଳେ ଏକ ଚାମଚରେ ଏହାକୁ ଧୀରେ ଧୀରେ ଗୋଳାଉଥାନ୍ତୁ। କ୍ଷୀରରେ ସର ପଡ଼ି ଉତୁରିବା ବେଳକୁ ଏହାକୁ ବନ୍ଦ କରି ଦିଅନ୍ତୁ। ଏହା ଦ୍ୱାରା କ୍ଷୀରର ପୋଷକ ତତ୍ତ୍ୱ ନଷ୍ଟ ହେବ ନାହିଁ।

କ୍ଷୀର ପିଇବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ରଖନ୍ତୁ:

  • କ୍ଷୀର ପିଇବା ପୂର୍ବରୁ କମ୍‌ ଖାଦ୍ୟ ଖାଆନ୍ତୁ। ଫଳରେ ପେଟରେ କ୍ଷୀର ପାଇଁ ଜାଗା ବଳିବ ଓ ପାଚନରେ କୌଣସି ସମସ୍ୟା ହେବ ନାହିଁ।
  • ବାଇଗଣ କିମ୍ବା ପିଆଜ ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ। ଏହ ଦ୍ୱାରା ପେଟରେ ରିଆକ୍ସନ୍‌ ହୋଇପାରେ।
  • ଖାଦ୍ୟ ଖାଇବାର କିଛି ସମୟ ପରେ ହିଁ କ୍ଷୀର ପିଇବା ଉଚିତ। ନଚେତ୍‌ ହଜମକ୍ରିୟାରେ ସମସ୍ୟା ଉପୁଜିପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.