Below header

ଜାଣନ୍ତି କି ଝିଅ ମାନେ ଉପହାରରେ ଟେଡି ବିୟର ନେବାକୁ କାହିଁକି ଅଧିକ ପସନ୍ଦ କରନ୍ତି

କୁହାଯାଏ କୌଣସି ବି ସମ୍ପର୍କ କେବଳ ମାତ୍ର ବିଶ୍ୱାସ ଉପରେ ହିଁ ତିଷ୍ଠି ଥାଏ । ସମ୍ପର୍କକୁ ମଜବୁତ କରିବା ପାଇଁ ପରସ୍ପର ମଧ୍ୟରେ ନିବିଡ ସମ୍ପର୍କ ରହିବା ନିହାତି ଜରୁରୀ । ଏହି ପ୍ରେମକୁ ଅନ୍ୟ ସାମ୍ନାରେ ପ୍ରକାଶ କରିବା ପାଇଁ ନିଜର ପ୍ରିୟ ଲୋକଙ୍କୁ ଉପହାର ସ୍ୱରୂପ କିଛି ଦେବାକୁ ପସନ୍ଦ କରନ୍ତି । ଉପହାରର ମାନେ ନୁହେଁ ଯେ ଜଣେ କେବଳ ମହଙ୍ଗା ମହଙ୍ଗା ଉପହାର ଦେବା । କମ ବଜେଟରେ ଜଣେ ନିଜ ସାଙ୍ଗଙ୍କୁ ମନଲୋଭା ଉପହାର ଦେଇପାରିବେ । କମ ବଜେଟ ଉପହାର ତାଲିକାରେ ସାଧରଣତଃ ଫୁଲ, ଚକୋଲେଟ, ଟେଡି ବିୟର ଆଦି ପ୍ରଥମେ ଆସିଥାଏ । ଏମଧ୍ୟରୁ ଝିଅ ମାନଙ୍କୁ ଉପହାରରେ ଟେଡି ବିୟର ବେଶୀ ପସନ୍ଦ ଆସିଥାଏ । କେତେ ଜଣ ତ ନିଜର ସବୁ କାମରେ ନିଜ ପାଖରେ ଟେଡି ବିୟର ରଖିଥାନ୍ତି । କିନ୍ତୁ ଏହା ପଛର ପ୍ରକୁତ କାରଣ ହୁଏତ କେହି ଜାଣିନଥିବେ

teddy

– ରିଲେସନସିପରେ ଅନେକ ସମୟରେ ମତାନ୍ତର ଓ ମନାନ୍ତର ଭଳି ପରିସ୍ଥିତି ଉପୁଜିଥାଏ । ପାର୍ଟନରଙ୍କ ମନର ଏହି ରାଗରୁଷାକୁ ଦୂର କରିବା ପାଇଁ ଟେଡି ବିୟର ହିଁ ଉତ୍କୃଷ୍ଟ ମାଧ୍ୟମ । ଏହା ଶତ ପ୍ରତିଶତ ଠିକଯେ ପାଖରେ ଟେଡି ବିୟର ଦେଖିଲେ ପାର୍ଟନରଙ୍କ ରାଗ ମୁହୂର୍ତ୍ତକରେ ମିଳେଇଯିବ ।

– ବୟସରେ ଯେତେ ବଡ ହେଲେ ବି ଟେଡି ବିୟର ପ୍ରତି ଝିଅ ମାନଙ୍କର ଦୁର୍ବଳତା କେବେ ବି କମ ହୁଏନାହିଁ ।

– ଘରେ ଏକୁଟିଆ ଥିବା ସମୟରେ ଟେଡି ବିୟର ହିଁ ଝିଅ ମାନଙ୍କ ପ୍ରକୃତ ସାଙ୍ଗ ପାଲଟି ଥାଏ । ଟେଡି ବିୟରକୁ କୁଣ୍ଢେଇଲେ ଖୁବ ଆରାମ ଦାୟକ ଲାଗିବା ସହ ମନକୁ ଏକ ଆନନ୍ଦ ମିଳୁଥିବାରୁ ଝିଅ ମାନଙ୍କର ପ୍ରକୃତ ସାଙ୍ଗ ଏହା ପାଲଟିଯାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.