ପୋଷା କୁକୁରଠାରେ ଏସବୁ ଲକ୍ଷଣ ଦେଖାଯାଉଥିଲେ ଆଦୌ କରନ୍ତୁନି ଅବହେଳା, ହୋଇଥାଇପାରେ ହାର୍ଟଆଟାକ୍‌

ଯଦି ଆପଣ ଘରେ କୁକୁର ପାଳୁଛନ୍ତି ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆପଣ ସତର୍କ ରହିବା ଉଚିତ। ଅଧିକାଂଶ ଲୋକ ଜାଣିନଥାନ୍ତି ଯେ କୁକୁରଙ୍କୁ ମଧ୍ୟ ହାର୍ଟ ଆଟାକ୍‌ ହୋଇଥାଏ। ପ୍ରତ୍ୟେକ ଜୀବଜନ୍ତୁଙ୍କ ଠାରେ ହାର୍ଟ ଆଟାକ୍‌ର ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ। ଡାକ୍ତରମାନେ ଏଥିପାଇଁ ସତର୍କ କରାଇଥାନ୍ତି।

ଡାକ୍ତରଙ୍କ କହିବାନୁସାରେ, କେବଳ ମଣିଷଙ୍କୁ ନୁହେଁ ଜୀବଜନ୍ତୁଙ୍କୁ ମଧ୍ୟ ହୃଦ୍‌ଘାତ ହୋଇଥାଏ। ପାଳିତ ଜୀବଜନ୍ତୁଙ୍କ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେମାନଙ୍କ ରୋଗ ପ୍ରତିରୋଧକ କ୍ଷମତା କମିଥାଏ। ଏଥିସହ ପାଣିପାଗ ପରିବର୍ତ୍ତନ ଯୋଗୁ ମଧ୍ୟ ତାଙ୍କ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ।

ଜୀବଜନ୍ତୁମାନଙ୍କର ଶରୀରର ସବୁଠୁ ସମ୍ବେଦନଶୀଳ ଅଙ୍ଗ ହେଉଛି ହାର୍ଟ। ଏଣୁ କୁକୁରମାନେ ଟିକେ ଦୁଃଖୀ ହୋଇଗଲେ କିମ୍ବା ଚିନ୍ତାରେ ରହିଲେ ତାହାର ସିଧାସଳଖ ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ଖାସ୍‌ କରି ଡୋବରମନ୍‌ ପିଂସର୍ସ, ଲେବ୍ରାଡୋର ରିର୍ଟିଭର୍ସ, ବକ୍ସର ଓ ଜର୍ମାନ ଶେଫର୍ଡ ପ୍ରଜାତିର କୁକୁରଙ୍କଠାରେ ହୃଦ୍‌ ରୋଗର ସମ୍ଭାବନା ଅଧିକ ଥାଏ।

ହୃଦ୍‌ଘାତର ଲକ୍ଷଣ:

ନିୟମିତ କାଶ ହେବା
କମ୍‌ ଚଲାବୁଲା କରିବା ପରେ ଥକାପଣ
ଅଧିକ ସମୟ ପର୍ଯ୍ୟନ୍ତ ଶୋଇରହିବା
କମ୍‌ ଭୋକ ହେବା
ସିଡ଼ି ଚଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା
ଏକୁଟିଆ ବସିବା

ଯଦି ଆପଣଙ୍କ କୁକୁର ଶରୀରରେ ମଧ୍ୟ ଏଭଳି ଲକ୍ଷଣ ପ୍ରକାଶ ପାଉଛି ତେବେ ତୁରନ୍ତ ଡାକ୍ତର ଦେଖାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.