Below header

ଏହି ବାରରେ ଜନ୍ମ ହୋଇଥିବା ଝିଅଙ୍କୁ ଆଦୌ କରନ୍ତୁନି ବିବାହ, ପଛରେ କରିବେ ପଶ୍ଚାତାପ

ପ୍ରତ୍ୟେକ ମଣିଷଙ୍କ ସ୍ୱଭାବ ଜଣେ ଜଣଙ୍କ ଠାରୁ ଅଲଗା ଅଲଗା ହୋଇଥାଏ। ଖାଲି ଏତିକି ନୁହେଁ ଭାବନା ଏବଂ ସହିବା ଶକ୍ତି ମଧ୍ୟ ଜଣେ ଜଣଙ୍କ ଠାରୁ ବହୁତ ଅଲଗା। ଆମେ ଯେତେ ଚାହିଁଲେ ବି ଏହା ଜାଣିପାରନ୍ତିନି ସାମ୍ନା ବ୍ୟକ୍ତି ମନରେ କଣ ଚାଲିଛି। କିନ୍ତୁ ଗୋଟେ ତରିକା ଅଛି ଯାହାଦ୍ୱାରା ଆମେ ସାମ୍ନା ବ୍ୟକ୍ତିର ସ୍ୱଭାବରୁ ଜାଣିପାରିବା ସେ କେମିତି।

ସମସ୍ତଙ୍କର ଜନ୍ମଦିନାଙ୍କ ଏବଂ ଜନ୍ମ ବାର ଅଲଗା ଅଲଗା ରହିଥାଏ। ଆଜି ଆମେ ଆପଣଙ୍କୁ ଏଠାରେ କିଛି ଏମିତି ବାରରେ ଜନ୍ମ ହୋଇଥିବା ଝିଅଙ୍କ ବିଷୟରେ ଜଣାଇବୁ, ଯାହାଦ୍ୱାରା ଆପଣ ଜାଣିପାରିବେ ସେ କେତେ ଭାଗ୍ୟଶାଳୀ ଏବଂ ତାଙ୍କ ସ୍ୱଭାବ କେମିତି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

marriageରବିବାର ଦିନ ଜନ୍ମ ହୋଇଥିବା ସ୍ତ୍ରୀ ଦାନି, ବଳଶାଳୀ, ଶୀତ ସ୍ୱଭାବର ହୋଇଥାନ୍ତି। ଏହାସହିତ ଚତୁର ଏବଂ କ୍ଳେଶଶାଳୀ ମଧ୍ୟ ହୋଇଥାନ୍ତି।

ସୋମବାରରେ ଜନ୍ମିତ ସ୍ତ୍ରୀ ବା ଝିଅ ରୂପବତୀ, ଶୁଦ୍ଧ ହୃଦୟ, ବୁଦ୍ଧିମତୀ, ମଧୁରଭାଷୀ, ଶାନ୍ତି ପ୍ରିୟ, ରାଜଯୋଗଶାଳୀ ଏବଂ ପୁତ୍ରବାନ ହୋଇଥାନ୍ତି।

ମଙ୍ଗଳବାରରେ ଜନ୍ମ ହୋଇଥିବା ମହିଳା ବହୁତ କଠୋର ହୃଦୟ, ଝଗଡା ସ୍ୱଭାବର ହୋଇଥାନ୍ତି। ଏହାସହିତ ଏମାନେ ପତଳା ଏବଂ ଶକ୍ତିଶାଳୀ ହୋଇଥାନ୍ତି।

ବୁଧବାରରେ ଜନ୍ମ ହୋଇଥିବା ସ୍ତ୍ରୀ ସରସ୍ୱତୀ ମାତାଙ୍କ କୃପା ପ୍ରାପ୍ତ କରିଥାନ୍ତି। ସୁନ୍ଦର, କୋମଳ, ସଦଗୁଣୀ ଏବଂ ଅନେକ ପ୍ରକାର କଳାର କୁଶଳ ହୋଇଥାନ୍ତି।

marriedଗୁରୁବାର ଦିନ ଜନ୍ମ ହୋଇଥିବା ମହିଳା ଶିକ୍ଷା, ଗୁଣ, ସମ୍ପତ୍ତି, ଶାନ୍ତି ପ୍ରିୟ, ଧୈର‌୍ୟ୍ୟବାନ, ପୁତ୍ରବାନ ଏବଂ ସୁଖ ପ୍ରାପ୍ତୀ ହୋଇଥାନ୍ତି।

ଶୁକ୍ରବାରରେ ଜନ୍ମ ହୋଇଥିବା ମହିଳା ବା ସ୍ତ୍ରୀ ଚଞ୍ଚଳ ବୁଦ୍ଧି, ସୁନ୍ଦ, କଳା ବର୍ଣ୍ଣ ଏବଂ ସୌଭାଗ୍ୟଶାଳୀ ହୋଇଥାନ୍ତି।

ଶନିବାର ଦିନ ଜନ୍ମିତ ସ୍ତ୍ରୀ ମୋଟା, ଲମ୍ବା, କଳା ରଙ୍ଗ, ଚୁଗୁଲି ପ୍ରକୃତିର ହୋଇଥାନ୍ତି।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜାତକର ଅନ୍ୟ ଗ୍ରହର ସ୍ଥିତି ଅନୁସାରେ ସ୍ତ୍ରୀ ଅବା ମହିଳାଙ୍କ ସ୍ୱଭାବରେ ପରିବର୍ତ୍ତନ ମଧ୍ୟ ହୋଇପାରେ। ଜ୍ୟେତିଷ ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କ ସ୍ୱଭାବର ପ୍ରଭାବ ଗ୍ରହ-ନକ୍ଷତ୍ରଙ୍କ ଉପରେ ସିଧାସଳଖ ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.