ଖରା ଦିନେ ନିୟମିତ ଭାବେ ପିଅନ୍ତୁ ଏହି ୫ଟି ପାନୀୟ, ହାଇଡ୍ରେଟ ରହିବ ଆପଣଙ୍କ ଶରୀର

ଗ୍ରୀଷ୍ମ ଋତୁରେ ଅତ୍ୟାଧିକ ଖରା ହେଉଥିବାରୁ ସମସ୍ତଙ୍କୁ ନିଜ ଶରୀରର ଅଧିକ ଯତ୍ନ ନେବା ଦରକାର । ନଚେତ୍‌ ଶରୀରକୁ ଅନେକ ରୋଗ ଗ୍ରାସ କରିପାରେ । ଏହି ଋତୁରେ ଶରୀରକୁ ହାଇଡ୍ରେଟ୍ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଆଦି ପିଇଥାଉ। ବଜାରରୁ ବି ସମୟ ସମୟରେ ଥଣ୍ଡା ପାନୀୟ ସବୁ କିଣି ପିଇଥାଉ | କିନ୍ତୁ ଆପଣ ଜାଣନ୍ତି କି କିଛି ପାନୀୟ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟେରଲ ବଢିଥାଏ |

ଯେଉଁବ୍ୟକ୍ତି ମାନଙ୍କର ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟା ରହିଛି, ସେମାନେ ବାହାରର ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ଖାଇବା ଅନୁଚିତ । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ସୁପର ଡ୍ରିଙ୍କ୍ ବିଷୟରେ କହୁଛୁ । ଯାହାକୁ ପିଇବା ଦ୍ବାରା ଯାହା ଖରାପ କୋଲେଷ୍ଟ୍ରଲ୍ର ସମସ୍ୟାରୁ ରକ୍ଷା ମିଳିପାରିବ |

ଗ୍ରୀନ୍‌ ଟି-ଗ୍ରୀନ୍ ଟିରେ କ୍ୟାଟେଚିନ୍ ଏବଂ ଏପିଗାଲୋକାଟେଚିନ୍ ଗାଲେଟ୍ ରହିଥାଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହା ଦିନକୁ ଦୁଇଥର ପିଇବା ନେଇ ଅଭ୍ୟାସ କରିବା ଜରୁରୀ । କାରଣ ଏହା ଦ୍ୱାରା ଶରୀରରେ ଖରାପ କଲୋଷ୍ଟ୍ରଲ୍‌ର ମାତ୍ରା କମ୍‌ କରିଥାଏ।

ଓଟସ୍‌ ମିଲ୍କ- ସକାଳ ବ୍ରେକ୍‌ଫାଷ୍ଟରେ ଓଟସ୍ ମିଲ୍କ ନିୟମିତ ପିଅନ୍ତୁ । ଏହାକୁ ପିଇବା ଦ୍ବାରା ଉଚ୍ଚ କୋଲେଷ୍ଟ୍ରୋଲ୍ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ।

ଟମାଟୋ ଜୁସ୍‌- ଗ୍ରୀଷ୍ମ ଋତୁରେ ଭିଟାମିନ ସିରେ ଭରପୁର ଟମାଟୋ ଖାଇବାକୁ ପରାମର୍ଶ ଦିଆଯାଏ। ଏହା ସହ ଲେମ୍ବୁ ଓ ଅଁଳା ଆଦି ବି ଖାଇବା ଉଚିତ | କାରଣ ଏଥିରେ ଥିବା ଜଳର ମାତ୍ରା ବହୁତ ଅଧିକ ଥାଏ । ଯାହା ଶରୀର କୋଷଗୁଡ଼ିକୁ ରକ୍ଷା କରିଥାଏ । ଏଥିରେ ଥିବା ଫାଇବର ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ । ତେଣୁ ନିୟମିତ ଭାବେ ଟମାଟୋ ରସ ପିଅନ୍ତୁ ।

ସୋୟା ମିଲ୍କ- କୁହାଯାଏ ସୋୟା ମିଲ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏଥିରେ କୋଲେଷ୍ଟ୍ରଲର ସ୍ତର ପରିଚାଳନା କରିବାର କ୍ଷମତା ଅଛି । ଏହାକୁ ନିୟମିତ ଖାଦ୍ୟରେ ସାମିଲ୍‌ କରାଯିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.