୧୦ ଏକ ଜାଗାରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟ, ଭୁବନେଶ୍ୱର ଆଇଆଇଟିରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ଆଇଆଇଟିରେ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି । ଆଇଆଇଟିର ସ୍ଥାୟୀ କ୍ୟାମ୍ପସରେ ୧୦ ଏକ ଜାଗାରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟ। ଏହା ସହ ଅସ୍ଥାୟୀ ଶ୍ରେଣୀଗୃହକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ଧର୍ମେନ୍ଦ୍ର। ଚଳିତ ଶିକ୍ଷା ବର୍ଷରୁ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢା ଆରମ୍ଭ ହେବ।

ଖୁବଶୀଘ୍ର ରାଜ୍ୟରେ ଆଉ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତ ବର୍ଷ ଜାତୀୟ ଶିକ୍ଷା ନୀତି ଅଧିନରେ ୪ବର୍ଷିୟା ଇଣ୍ଟିଗ୍ରେଟେଡ ଟିଚର ଏଜୁକେସନ ପ୍ରୋଗ୍ରାମ ମଡେଲ ଆରମ୍ଭ କରାଯିବ ବୋଲି କହିଛନ୍ତି। ଏହା ସହ ପିଏମ ଶ୍ରୀସ୍କୁଲ ଯୋଜନାରେ ଦେଶର ପ୍ରତ୍ୟେକ ବ୍ଲକରେ ମଡେଲ ସ୍କୁଲ ନିର୍ମାଣ ହେବ ବୋଲି ସେ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.