ଚା’ ଅଭ୍ୟାସ ଥିବା ଲୋକେ ସତର୍କ ରୁହନ୍ତୁ! ଆବଶ୍ୟକଠାରୁ ଅଧିକ ଚା’ ପିଇଲେ ସ୍ୱାସ୍ଥ୍ୟକୁ ହୋଇଥାଏ ଏହି ୫ଟି କ୍ଷତି
ଯଦି ଆପଣଙ୍କର ଚା’ ପିଇବାର ଅଭ୍ୟାସ ଅଛି ଏବଂ ଚା’ ପିଇବା ପାଇଁ କୌଣସି ନା କୌଣସି ବାହାନା ଖୋଜୁଛନ୍ତି, ତା’ ହେଲେ ତୁରନ୍ତ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାହିଁକି ନା, ଆବଶ୍ୟକଠାରୁ ଅଧିକ ଚା’ ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚି ପାରେ। ଦିନକୁ ଅତି କମ୍ରେ ଗୋଟିଏ କିମ୍ବା ଦୁଇଟି କପ୍ ଚା’ ପିଇବା ଠିକ୍ ହୋଇଥାଏ। କିନ୍ତୁ ଏହାଠୁ ଅଧିକ କପ୍ ଚା’ ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ଆସନ୍ତୁ ଜାଣିବା, ଅଧିକ ଚା’ ପିଇଲେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ିଥାଏ।
-ଆବଶ୍ୟକଠାରୁ ଅଧିକ ଚା’ ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ। ହଜମ ପ୍ରକ୍ରିୟା ପ୍ରଭାବିତ ହୋଇପାରେ। ପେଟରେ ଗ୍ୟାସ୍, ବ୍ଲୋଟିଙ୍ଗ୍ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଉପୁଜିପାରେ। ଖାସ୍ କରି ଏହି ସବୁ ସମସ୍ୟା ସକାଳେ ଖାଲି ପେଟରେ ଚା’ ପିଇବା ଦ୍ୱାରା ହୋଇଥାଏ।
-ଚା’ରେ ଥିବା କାଫିନ୍ ଓ ଟାନିନ୍ ଆପଣଙ୍କ ନିଦକୁ ଖରାପ କରି ଦେଇଥାଏ, ଯଦ୍ଦ୍ଵାରା ସାରା ରାତି ଅନିଦ୍ରା ହେବାକୁ ପଡ଼ିଥାଏ। କାରଣ, କାଫିନ୍ ଏକ ଉତ୍ତେଜକ ରୂପେ କାର୍ଯ୍ୟ କରିଥାଏ ଏବଂ ଏହା ଆପଣଙ୍କ ମସ୍ତିଷ୍କକୁ ସଜାଗ ରଖିଥାଏ।
-ଅଧିକ ଚା’ ପିଇଲେ ଅନେକ ଲୋକଙ୍କଠାରେ ଛାତିରେ ଜ୍ୱଳନ, ବଦହଜ୍ମୀ, ଆମ୍ବିଳା ହାକୁଟି ଭଳି ସମସ୍ୟା ଦେଖାଦେଇଥାଏ।
-ଯଦି ଆପଣ କ୍ଷୀର ଚା’ ଅଧିକ ମାତ୍ରାରେ ସେବନ କରିବେ, ତ ଭୟ ଅନୁଭବ କରି ପାରନ୍ତି।
-ଅତ୍ୟଧିକ ଚା’ ପିଇଲେ ପାଚନ ପ୍ରକ୍ରିୟା ସୂଚାରୁ ରୂପେ ହୋଇ ପାରେ ନାହିଁ। ଏଥିରେ ସମସ୍ୟା ଉପୁଜେ।
ଚା’ ପିଇବାର ଅଭ୍ୟାସକୁ କମ୍ କରିବାର ଉପାୟ
-ଚା’ ଅଭ୍ୟାସ ଛଡ଼ାଇବା ପାଇଁ ଆପଣଙ୍କୁ ଜୁସ୍ କିମ୍ବା ସ୍ମଦିଜ୍ ପିଇବାକୁ ପଡ଼ିବ। ଯେତେବେଳେ ଚା’ ପିଇବାକୁ ଇଚ୍ଛା ହେବ, ସେହି ସମୟରେ ଆପଣ ଜୁସ୍, ସ୍ମଦିଜ୍ ଭଳି ସ୍ୱାସ୍ଥ୍ୟକର ପାନୀୟ ପିଇ ପାରିବେ। ନଚେତ୍ ହର୍ବାଲ ଟି’ ପିଇ ପାରିବେ।
-ଯଦି ଆପଣ ଚା’ ଛାଡ଼ିବାକୁ ଚାହୁଁଛନ୍ତି, ତା’ ହେଲେ ହଠାତ୍ ବନ୍ଦ କରି ଦିଅନ୍ତୁ ନାହିଁ। ବାସ୍, ଚା’ ପିଇବାର ଅଭ୍ୟାସକୁ ଧୀରେ ଧୀରେ କମାଇ ଚାଲନ୍ତୁ।
-ଚା’ ଅଭ୍ୟାସକୁ କମ୍ କରିବା ପାଇଁ ଆପଣଙ୍କୁ ତରଳ ପଦାର୍ଥ ଅଧିକ ସେବନ କରିବାକୁ ହେବ। ଏହାଦ୍ୱାରା ଆପଣ ହାଇଡ୍ରେଟ୍ ରହିବେ ଏବଂ ଶରୀରରେ ଏନର୍ଜି ବଜାୟ ରହିବ। ଧୀରେ ଧୀରେ ଚା’ ପିଇବାର ଆଗ୍ରହ ମଧ୍ୟ କମିବାରେ ଲାଗିବ।