ହୋଲି ଖେଳିବା ପରେ କେଶ ଖରାପ ହୋଇଯାଇଛି କି ? ଏହି ୨ଟି ଜିନିଷ ଲଗାନ୍ତୁ ଦୂର ହେବ ଅନେକ ସମସ୍ୟା

କେମିକାଲ କଲର ଯୋଗୁ କେଶ ନଷ୍ଟ ହୋଇପାରେ । ସେଥିପାଇଁ ଏହି କଲର ହଟାଇବା ପାଇଁ, ଲୋକମାନେ ଅନେକ ଥର ସାମ୍ପୁ କରନ୍ତି, ଯାହା କେଶରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟ କରିପାରେ । ବାରମ୍ବାର କେଶ ଧୋଇବା ପରେ, କେଶରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟ ହୋଇପାରେ । ଏପରି ପରିସ୍ଥିତିରେ କେଶ ପାଇଁ କଣ୍ଡିସନର ଆବଶ୍ୟକ ହୋଇଥାଏ । କେଶରେ କଣ୍ଡିସନର ଲଗାଇବା ପାଇଁ ଆପଣ କିଛି ଘରୋଇ ଉପଚାର ବ୍ୟବହାର କରିପାରିବେ ।

ହୋଲି ଖେଳିବାବେଳେ ଲୋକମାନେ କେଶରେ କଲର ଲଗାଇ ଦିଅନ୍ତି । ତେବେ କେମିକାଲ କଲର ଯୋଗୁ କେଶ ନଷ୍ଟ ହୋଇପାରେ । ସେଥିପାଇଁ ଏହି କଲର ହଟାଇବା ପାଇଁ, ଲୋକମାନେ ଅନେକ ଥର ସାମ୍ପୁ କରନ୍ତି, ଯାହା କେଶରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟ କରିପାରେ । ଏପରି ପରିସ୍ଥିତିରେ ହୋଲି ପରେ ତୁରନ୍ତ ହିଟ୍‌ ଷ୍ଟାଇଲିଗିଂ ଟୁଲ୍‌ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ବାରମ୍ବାର କେଶ ଧୋଇବା ପରେ, କେଶରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟ ହୋଇପାରେ । ଏପରି ପରିସ୍ଥିତିରେ କେଶ ପାଇଁ କଣ୍ଡିସନର ଆବଶ୍ୟକ ହୋଇଥାଏ । କେଶରେ କଣ୍ଡିସନର ଲଗାଇବା ପାଇଁ ଆପଣ କିଛି ଘରୋଇ ଉପଚାର ବ୍ୟବହାର କରିପାରିବେ । ସେଥିପାଇଁ ସାମ୍ପୁ କରିବା ପରେ ନିଶ୍ଚିତ ଭାବରେ ଆପଣ କେଶରେ କଣ୍ଡିସନର ଲଗାନ୍ତୁ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପକରଣ ବିଷୟରେ ଜଣାଇବୁ ।

ଦହି ଏବଂ ମହୁର ପ୍ୟାକ୍ :
ଦହି ଏବଂ ମହୁ କେଶ ପାଇଁ ଭଲ ହୋଇଥାଏ । ଏଥିପାଇଁ ଆପଣ ଏଥିରେ ହେୟାର ପ୍ୟାକ୍ ତିଆରି କରି ଲଗାଇ ପାରିବେ ଏବଂ ଏହି ପ୍ୟାକ୍ ଦ୍ୱାରା ଆପଣଙ୍କ କେଶକୁ ମଧ୍ୟ ସଫା କରିପାରିବେ । ଏହି ପ୍ୟାକ୍‌ ତିଆରି କରିବା ପାଇଁ ଆପଣଙ୍କୁ ଗୋଟିଏ ଚାମଚ ଦହି ଏବଂ ମହୁ ମିଶଇବା ଉଚିତ । ପ୍ୟାକ୍‌ ପ୍ରସ୍ତୁତ ହୋଇଯିବ ପରେ ଏହାକୁ କେଶରେ ଲଗାନ୍ତୁ ଏବଂ ଏହାକୁ ୩୦ ମିନିଟ୍ ପାଇଁ ଛାଡିଦିଅନ୍ତୁ । ଏହା ପରେ ଏଥିରେ ତେଲ ଲଗାନ୍ତୁ ଏବଂ କେଶକୁ ଟୋପିରେ ଘୋଡାନ୍ତୁ । ଏପରି କରି ସାରିବା ପରେ ସାମ୍ପୁରେ କେଶ ଧୋଇ ଦିଅନ୍ତୁ । ଯାହା ଫଳରେ ଏହା ହୋଲି ରଙ୍ଗର ପ୍ରଭାବକୁ ମଧ୍ୟ କମ୍‌ କରିବାରେ ସାହାଯ୍ୟ କରିଥାଏ ।

ଖସା ମଞ୍ଜିରୁ ପ୍ରସ୍ତୁତ ଜେଲ୍ କେଶରେ ଲଗାନ୍ତୁ :
ଲୋକମାନେ ହୋଲିର କଲର ହଟାଇବା ପାଇଁ ଅନେକ ଥର ସାମ୍ପୁ କରନ୍ତି । ତେବେ କେମିକାଲ କଲର କେଶକୁ ସମ୍ପୂର୍ଣ୍ଣ ଶୁଷ୍କ ଏବଂ ଖରାପ କରିଦିଏ । ତେଣୁ ହୋଲି ପରେ କେଶର ଭଲ ଭାବେ ଯତ୍ନ ନେବା ଆବଶ୍ୟକ । ହୋଲି ପରେ କେଶରୁ କଲର ହଟାଇବା ପାଇଁ କିଛି ଭଲ ସାମ୍ପୁ ବ୍ୟବହାର କରନ୍ତୁ । ଏହା ପରେ ଖସା ମଞ୍ଜିରୁ ପ୍ରସ୍ତୁତ ହେୟାର ଜେଲକୁ କେଶରେ ଲଗାନ୍ତୁ । ଏହା କେଶକୁ ସିଲ୍କି କରିବାରେ ସାହାଯ୍ୟ କରିଥାଏ । ଆପଣ ନିଜେ ମଧ୍ୟ ଏହି ଜେଲ୍ ପ୍ରସ୍ତୁତ କରି ଲାଗାଇ ପାରିବେ । ଏଥିପାଇଁ ଆପଣଙ୍କୁ ୨ ଚାମଚ ଖସା ମଞ୍ଜି ୧ ବଡ କପ ପାଣିରେ ମିଶାଇ ଫୁଟାଇବାକୁ ପଡିବ । ଯେତେବେଳେ ଏହା ଗାଢା ହେବାକୁ ଲାଗିବ, ସେତେବେଳ ଏହାକୁ ଛାଣି ଦିଅନ୍ତୁ । ଏହାପରେ ଏହି ଜେଲକୁ କଣ୍ଡିସନର ପରି କେଶରେ ଲଗାନ୍ତୁ ଏବଂ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ଆପଣଙ୍କର କେଶର ଅନେକ ସମସ୍ୟା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.