ମସରୁମ ଫ୍ରାଏ ପ୍ରସ୍ତୁତ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ, କମ୍‌ ସମୟରେ କରିପାରିବେ ଏହାକୁ ପ୍ରସ୍ତୁତ

ମସରୁମ ବା ଛତୁ ଖାଇବାକୁ ଯେମିତି ସ୍ୱାଦିଷ୍ଟ ସେମିତି ଭିଟାମିନରେ ମଧ୍ୟ ଭରପୁର ହୋଇଥାଏ । ଏହାକୁ ଅତି ସହଜ ଉପାୟରେ ଓ କମ ସମୟରେ ପ୍ରସ୍ତୁତ କରିପାରିବେ । ଜାଣନ୍ତୁ ପ୍ରସ୍ତୁତ କରିବାର ବଧି ।

ଆବଶ୍ୟକୀୟ ସାମଗ୍ରୀ (୪ ଜଣ ବ୍ୟକ୍ତିଙ୍କ ପାଇଁ )

୨୦୦ ଗ୍ରାମ ମସରୁମ ବା ଛତୁ(ଛୋଟ ଖଣ୍ଡରେ କଟାଯାଇଥିବା)

୧ ପିଆଜ, ୨-୩ କଞ୍ଚା ଲଙ୍କା

୧ ଚାମଚ ଜିରା ପାଉଡର

୧ ଚାମଚ ହଳଦୀ ପାଉଡର

୧ ଚାମଚ କଳା ମରିଚ ପାଉଡର

ଚୁଟକିଏ ଗରମ ମସଲା

୨ ଚାମଚ ତେଲ ଓ ସ୍ୱାଦ ଅନୁସାରେ ତେଲ

ପ୍ରସ୍ତୁତି ବିଧି

– ପ୍ରଥମେ ମସରୁମକ ସିଝାଇ ଦିଅନ୍ତୁ ।

– ପ୍ୟାନରେ ତେଲ ଗରମ କରନ୍ତୁ ଓ ଏଥିରେ କଞ୍ଚା ଲଙ୍କା ପକାନ୍ତୁ ।

– ଏବେ ପିଆଜ ପକାଇ ସୁନେଲି ରଂଗ ହେବା ଯ।ଏ ଭାଜନ୍ତୁ ।

– ଏବେ ଏଥିରେ ମସୁମ୍‌ ପକାନ୍ତୁ ଓ ଏଥିରେ ଜିରା ପାଉଡର , କଳା ମରିଚ ପାଉଡର, ଗରମ ମସାଲା ଓ ଲୁଣ ମିଶାନ୍ତୁ ।

– ଏବେ ମସରୁମକୁ ଭଲ ଭାବେ ଫ୍ରାଏ କରି ଦିଅନ୍ତୁ, ଯେତେବେଳେ ତେଲ ଛାଡିଦେବ ଗ୍ୟାସ ବନ୍ଦ କରି ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.