ଆଜି ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ନଡିଆ ଆଳୁ ପେଟିସ୍‌, ଜାଣନ୍ତୁ କେମିତି

ଇନ୍ଦୋରୀ ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ଯୋଗୁଁ ଅନେକ ଲୋକଙ୍କର ପ୍ରଥମ ପସନ୍ଦ ହୋଇସାରିଛି। ଇନ୍ଦୋରୀ ପୋହ ମଧ୍ୟ ସମଗ୍ର ବିଶ୍ୱରେ ଟେଷ୍ଟ ଯୋଗୁଁ ପରିଚିତ। ଅନେକ ଲୋକ ଇନ୍ଦୋର କେବଳ ଏହି ଖାଦ୍ୟ ଖାଇବାକୁ ଆସିଥାନ୍ତି। ଏଠାରେ ମିଳୁଥିବା ଖୋପରା ଆଳୁ ପେଟିସ ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟପାଇଁ ବେଶ ଉପକାରୀ ହୋଇଥାଏ।

ଖୋପରା ଆଳୁ ପେଟିସ ତିଆରି କରିବା ପାଇଁ ନଡିଆ ଆଳୁ ବ୍ୟତୀତ ଡ୍ରାଏ ଫ୍ରୁଟ୍ସର ମଧ୍ୟ ବ୍ୟବହାର କରାଯାଏ। ଏହି ଖାଦ୍ୟକୁ ପିଲାଙ୍କ ଠାରୁ ଆରମ୍ଭ କରି ବଡଙ୍କ ପର୍ଯ୍ୟନ୍ତ ବହୁତ ପସନ୍ଦ କରିଥାନ୍ତି।

ଆବଶ୍ୟକ ସାମଗ୍ରୀ : ସିଝା ଆଳୁ, ନଡିଆ ଗୁଣ୍ଡ ହୋଇଥିବା, ଚିନି, ବ୍ରେଡ ଗୁଣ୍ଡ, କାଜୁ, କିସମିସ୍‌, କର୍ନଫ୍ଲୋର, କଞ୍ଚାଲଙ୍କା, ଧନିଆପତ୍ର, ତେନ୍ତୁଳି ଚଟଣୀ, ତେଲ, ଲୁଣ ସ୍ୱାଦନୁସାରେ।

ପ୍ରସ୍ତୁତି ପ୍ରଣାଳୀ : ଇନ୍ଦୋରୀ ସ୍ୱାଦରେ ଭରପୂର ଖୋପରା ଆଳୁ ପେଟିସ ତିଆରି କରିବା ପାଇଁ ପ୍ରଥମେ ଆଳୁକୁ ସିଝାଇ ଦିଅନ୍ତୁ। ଏଥିରେ ଚେପା କାଢି ଏକ ପାତ୍ରରେ ଭଲଭାବେ ଚକଟି ଦିଅନ୍ତୁ। ଏଥିରେ ଅଳ୍ପ କର୍ନଫ୍ଲୋର ଏବଂ ଲୁଣ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏକ ମିକ୍ସିଂ ବାଓ୍ଵଲରେ ନଡିଆଗୁଣ୍ଡ, କାଜୁ ଛୋଟ ଖଣ୍ଡ, କିସ୍‌ମିସ୍‌ ଏବଂ କଞ୍ଚାଲଙ୍କା, ଧନିଆପତ୍ର ଛୋଟ ହୋଇ କଟା ହୋଇଥିବା ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ।

potato

ଏବେ ଆଳୁସିଝାକୁ ଅଳ୍ପ ହାତରେ ନେଇ ପୁରି ଆକାରେ କରି ତା ମଝିରେ ନଡିଆ ମିଶ୍ରଣକୁ ରଖନ୍ତୁ। ଏହାକୁ ପୁର ପିଠା ଭଳି ବନ୍ଦ କରି ବ୍ରେଡ ଗୁଣ୍ଡ ସହିତ ଗୋଳାଇବା ପରେ ତେଲରେ ଛାଣନ୍ତୁ। ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଛାଣିବା ପରେ କାଢିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖୋପରା ଆଳୁ ପେଟିସ। ଏହ ଆପଣ ତେନ୍ତୁଳି ଚଟଣୀ ସହିତ ଖାଇପାରିବେ।