ଆଜି ହିଁ ଘରେ ଟ୍ରାଏ କରନ୍ତୁ ମସଲାଦାର ଗୋଆ ଏଗ୍ କରୀ, ବନାଇବା ବହୁତ ସହଜ

ଅଣ୍ଡା ଖାଇବାକୁ ସ୍ବାଦିଷ୍ଟ ହୋଇଥିବା ସହିତ ପୁଷ୍ଟିକର ମଧ୍ୟ। ଅଣ୍ଡାକୁ ଆପଣ ବିଭିନ୍ନ ପ୍ରକାରରେ ଯେମିତି କି, ଓମଲେଟ, ଫ୍ରେଞ୍ଚ ଟୋଷ୍ଟ, ସାଲାଡ, ସାଣ୍ଡୱିଚ, ତରକାରୀ ଇତ୍ଯାଦି କରି ଖାଇଥିବେ। ଅଣ୍ଡାରେ ପ୍ରୋଟିନର ସ୍ରୋତ ଅଧିକ ମାତ୍ରାରେ ରହିଥାଏ। ତେଣୁ ଅଣ୍ଡା ଏକମାତ୍ର ଜିନିଷ ଯାହା ଟେଷ୍ଟି ସହିତ ପୁଷ୍ଟିକର ହୋଇଥାଏ। ତେଣୁ ଲୋକେ ଏହାକୁ ଖାଇବାକୁ ବେଶ ପସନ୍ଦ କରନ୍ତି।
ଆଜି ଅଣ୍ଡାରେ ଏକ ନୂଆ ଷ୍ଟାଇଲରେ ଗୋଆ ଏଗ କରୀ ବନାଇବା, ଯାହା ଖାଇବାକୁ ବେଶ୍ ଟେଷ୍ଟି।

ଆବଶ୍ଯକ ସାମଗ୍ରୀ: ଅଣ୍ଡା, ନଡିଆ କ୍ଷୀର, କଇଁଆ, ପୋସ୍ତ, ଲଙ୍କା ଗୁଣ୍ଡ, ଭଜା ଜିରା, ଭଜା ଧନିଆ, ରସୁଣ, ଅଦା, ପିଆ, ଟମାଟୋ, ଲୁଣ, ଗରମ ମସଲା, କଞ୍ଚାଲଙ୍କା, ହଳଦୀ।

ପ୍ରସ୍ତୁତି ପ୍ରଣାଳୀ: ସ୍ବାଦିଷ୍ଟ ଗୋଆ ଏଗ୍ କରି ବନାଇବା ପାଇଁ ପ୍ରଥମେ କ୍ରସ ହୋଇଥିବା ନଡିଆ, ଭଜା ଲଙ୍କା, ଜିରା, ଧନିଆ, ରସୁଣ, ଅଦା ଏବଂ ପୋସ୍ତ ପକାଇ ପେଷ୍ଟ କରିଦିଅନ୍ତୁ। ଏବେ ଏକ ପ୍ଯାନରେ ତେଲରେ ପିଆଜ ପେଷ୍ଟ ଏବଂ ଭ୍ରୁସଙ୍ଗ ପତ୍ରକୁ ପକାଇ ଭାଜନ୍ତୁ। ପିଆଜର ରଙ୍ଗ ବଦଳି ଆସିଲେ, ସେଥିରେ ଟମାଟୋ ପ୍ଯୁରୀ, ମସଲା ପେଷ୍ଟ ହଳୀ, ଲୁଣ, ଗରମ ମସଲା, କଞ୍ଚାଲଙ୍କା, ପାଣି ପକାଇ ଧିମା ଆଞ୍ଚରେ ୫-୧୦ ମିନିଟ୍ ଫୁଟାନ୍ତୁ। ଏବେ ସେଥିରେ ନଡିଆ କ୍ଷୀର ଏବଂ କଇଁଆ ପେଷ୍ଟ କରି ଭଲ ଭାବେ ମିଶାଇବା ପରେ ଶେଷରେ ସିଝା ଅଣ୍ଡାକୁ ପକାଇ ୧୦ ମିନିଟ୍ ଫୁଟାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗୋଆ ଏଗ୍ କରୀ। ଏହାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.