ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌, ମୋଟାପଣ ହୋଇଯିବ ଛୁମନ୍ତର

ମୋଟାପଣ ହ୍ରାସ କରିବା ପାଇଁ ଆପଣ ଅନେକ ଉପାୟ ଆପଣାଇ ଥାଆନ୍ତି। ଡାଇଟିଙ୍ଗ୍‌ରୁ ଆରମ୍ଭ କରି ବ୍ୟାୟାମ ପଯ୍ୟର୍ନ୍ତ ଏବଂ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଯଦି ମୋଟାପଣ ହ୍ରାସ ହେଉନି, ତା’ହେଲେ ଏବେ ଆପଣାନ୍ତୁ ଏହି ସହଜ ଉପାୟ। ବାସ୍‌, ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଏହି ଜୁସ୍‌ ପିଇ ଆପଣ ମୋଟାପଣକୁ ହ୍ରାସ କରିପାରିବେ। ଆସନ୍ତୁ ଜାଣିବା, ଏହି ଖାସ୍‌ ଜୁସ୍‌ ବନାଇବାର ଉପାୟ।

ଖୁବ୍‌ଶୀଘ୍ର ମୋଟାପଣ ହ୍ରାସ କରୁଥିବା ଏହି ଜୁସ୍‌ ବନାଇବା ପାଇଁ ଆପଣଙ୍କୁ କିଛି ଖାସ୍‌ ଜିନିଷର ଆବଶ୍ୟକତା ନାହିଁ। ଆପଣଙ୍କ ଘରେ ଉପଲବ୍ଧ ହେଉଥିବା ସାଧାରଣ ଜିନିଷ ଏହି ଜୁସ୍‌ ବନାଇବାରେ ସାହାଯ୍ୟ କରିଥାଏ।

ଏହାସହ ପଢ଼ନ୍ତୁ: ଏହିସବୁ ସ୍ଥାନରେ ସାପ ଦେଖିଲେ ମିଳିଥାଏ ଶୁଭ ସଂକେତ

ଜୁସ୍‌ ବନାଇବା ପାଇଁ ଆପଣଙ୍କୁ ଦରକାର:

-ଗୋଟିଏ ଲେମ୍ବୁ

-ଗୋଟିଏ ଗ୍ଲାସ୍‌ ପାଣି

-ଗୋଟିଏ କାକୁଡ଼ି

-ଗୋଟିଏ ଚାମଚ ଅଦା ପେଷ୍ଟ

-୧ ଚାମଚ ଆଲୋଭେରା ଜୁସ୍‌

-୧ ପ୍ୟାକେଟ୍‌ ଧନିଆ ପାତ୍ର

ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, କମ୍‌ ହେବ କଷ୍ଟ

juice2

ବିଧି:

ଏ ସମସ୍ତ ସାମଗ୍ରୀକୁ ପାଣିରେ ମିଶାଇ ମିକ୍ସରରେ ପେସି ଦିଅନ୍ତୁ। ଏବେ ଏହି ଜୁସ୍‌କୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ।

ଏହାସହ ପଢ଼ନ୍ତୁ: ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ସହଜରେ ବଢ଼ିପାରିବ ସମ୍ପର୍କ

କ’ଣ ମିଳିଥାଏ ଲାଭ:

-ଏହା ଆପଣଙ୍କ ଓଜନ କମ୍‌ କରିବାରେ ବହୁତ ସାହାଯ୍ୟ କରିଥାଏ।

-ଏ ସମସ୍ତ ଜିନିଷର ମିଶ୍ରଣ ଆପଣଙ୍କ ଶରୀରର ମୋଟାବଲିଜମ୍‌କୁ ତ୍ୱରାନ୍ଵିତ କରିଥାଏ।

-ଯେଉଁ ସମୟରେ ଆପଣ ନିଦରେ ଥିବେ, ଆପଣଙ୍କ ମୋଟାବଲିଜମ୍‌ ସକ୍ରିୟ ହୋଇ ମୋଟାପଣଙ୍କୁ କମ୍‌ କରିବାରେ ସାହାଯ୍ୟ କରିବ।

-ପ୍ରତିଦିନ ଏହି ଜୁସ୍‌ ସେବନ କଲେ, କିଛିଦିନ ଭିତରେ ଆପଣଙ୍କ ପେଟର ଚର୍ବି କମିବାରେ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.