ସମ୍ବଲପୁର : ବନ୍ଦ ଘରୁ ବାହାରିଲା ମହିଳାଙ୍କ ମୃତଦେହ, ଶିଶୁ ପୁତ୍ରକୁ ଧରି ସ୍ୱାମୀ ଫେରାର

ସମ୍ବଲପୁର : ବନ୍ଦ ଘରକୁ ନେଇ ହଟିଲା ସସ୍‌ପେନ୍ସ। ଭିତରୁ ବାହାରିଲା ମହିଳାଙ୍କ ମୃତଦେହ। ସମ୍ବଲପୁର ପାଣିଟାଙ୍କି ପଡାରେ ଥିବା ଘର ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଫରେନ୍‌ସିକ୍ ଟିମ୍‌। ଶିଶୁ ପୁତ୍ରକୁ ଧରି ସ୍ୱାମୀ ଫେରାର ହୋଇଯାଇଥିବାବେଳେ ମହିଳାଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ବନ୍ଦ ଘରୁ ବାହାରୁ ତାଲା ଝୁଲାଯାଇଥିବାବେଳେ ଭିତରୁ ଦୁର୍ଗନ୍ଧ ବାହାରିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ଲାଗିରହିଥିଲା । ସେହି ଘରେ ରହୁଥିବା ଲୋକଙ୍କ ମଧ୍ୟ ୨ଦିନ ହେବ ପତ୍ତା ନଥିଲା। ଏନେଇ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ଆଜି  ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇଛି। ଶ୍ରମିକ ଭାବେ କାମ କରୁଥିବା ଏକ ଦମ୍ପତି ସେମାନଙ୍କ ୪ବର୍ଷର ଶିଶୁ ସହ ସେଠାରେ ରହୁଥିଲେ । ତେବେ ଗତ ମଙ୍ଗଳବାର ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେବେଠାରୁ ଘରଲୋକଙ୍କ ପତ୍ତା ନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.