Below header

ସବୁ ବୋହୂ ନିଜ ଶାଶୁଙ୍କୁ କୁହନ୍ତି ଏହି ୫ଟି ମିଛ!

ମିଛ କହିବା ଏକ କଳା। ଅନେକ ସମୟରେ ବୋହୂମାନେ ଶାଶୁଙ୍କୁ ଅନେକ କଥା ଲୁଚାଇ ଥାଆନ୍ତି। ସେମାନଙ୍କୁ ମିଛ କହିଥାଆନ୍ତି। ତେବେ ଏଭଳି ମିଛ କହିବା କିଛି ଖରାପ ନୁହେଁ, ବରଂ ସେଗୁଡ଼ିକ ମଧ୍ୟ ବେଶ୍ ମଜାଳିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ୍ ମିଛ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବେଶି ବୋହୂମାନେ ତାଙ୍କ ଶାଶୁମାନଙ୍କୁ କୁହନ୍ତି।

-ଯଦି କେବେ ବୋହୂ କିଛି କରିବାକୁ ଚାହୁଁଛି, ତା’ହେଲେ ସେ ସବୁବେଳେ ନିଜ ସ୍ୱାମୀଙ୍କ ନାଁ ନେଇଥାଏ। ଯେପରି ଆପଣଙ୍କ ପୁଅ କହିଛନ୍ତି। ଏଥିରେ ଶାଶୁ ରାଗି ନ ଥାଆନ୍ତି ଆଉ ବୋହୂର କାମ ସହଜରେ ହୋଇଯାଇଥାଏ।

-ମୋ ପାଖରେ ସମୟ ନ ଥିଲା। ଏହା ଏକ ବଡ଼ ମିଛ। ଯଦି ଶାଶୁ କିଛି କାମ ଦେଇଥାଆନ୍ତି, ଆଉ ବୋହୂ ଏହା କରିପାରି ନ ଥାଏ, ସେହି ସମୟରେ ବୋହୂମାନେ କୁହନ୍ତି, ତାଙ୍କ ପାଖରେ ସମୟ ନ ଥିଲା। ସେତେବେଳେ ତାଙ୍କ ପାଖରେ ବହୁତ କାମ ଥିଲା।

ଏହାସହ ପଢ଼ନ୍ତୁ: ରାତିରେ ବାରମ୍ବାର ପରିସ୍ରା ଉଠୁଥିଲେ ହୋଇପାରେ ଏହି ଗମ୍ଭୀର ରୋଗ, ଆପଣ ବି ଜାଣି ରଖନ୍ତୁ

-ମୋତେ ଆପଣଙ୍କ ଉପହାର ବହୁତ ପସନ୍ଦ ଆସିଲା। ଶାଶୁ ଦେଇଥିବା ଜିନିଷ ବହୁତ ପୁରୁଣା ଜମାନାର ହୋଇଥାଏ। ତଥାପି ବୋହୂ କହିଥାଏ, ଆପଣଙ୍କ ଉପହାର ମୋତେ ପସନ୍ଦ ଆସିଲା।

-ବୋହୂ ପାଖରେ ସବୁବେଳେ ଏକ ବାହାନା ଥାଏ। ଯେପରି ଆଜି ବହୁତ କାମ ଥିଲା। ଯଦି ବୋହୂ ଚାକିରିଆ, ତା’ହେଲେ ଏଭଳି ଡାଏଲଗ୍ ସେ ପ୍ରାୟ ସମୟ କହିଥାଏ।

-ଯଦି ପିଲା ଜେଜେମା’ଙ୍କୁ ଚିଡ଼ାଇଥାଏ, ଏଭଳି ସ୍ଥିତିରେ ବୋହୂ ମିଛ କଥା କହିଥାଏ। ପିଲା ଜେଜେମା’ଙ୍କ ବିନା ରହିପାରୁ ନ ଥିବା ସେ ସବୁବେଳେ କହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.