ଅଧିକ ଲେମ୍ବୁ ସେବନ ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ କିପରି

କଥାରେ ଅଛି ‘ପ୍ରତ୍ୟେକ ଜିନିଷ ଅଧିକ ହେଲେ ’ ଖରାପ ହୋଇଥାଏ । କରୋନା ସମୟରେ ଭିଟାମିନ ସି ର ଅଭାବ ପୂରଣ କରିବା ତଥା ଇମ୍ୟୁନିଟି ବଢ଼ାଇବା ପାଇଁ ପ୍ରାୟ ସମସ୍ତେ ଲେମ୍ବୁ ଜାତୀୟ ଫଳ ଅଧିକ ସେବନ କରୁଛନ୍ତି । ହେଲେ ଅଧିକ ଲେମ୍ବୁ ସେବନ କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଅଧିକ ଲେମ୍ବୁ ସେବନ କରିବା ଦ୍ୱାରା କ’ଣ ଅସୁବିଧା ହୋଇଥାଏ ।

lemon water

୧. ଅଧିକ ଲେମ୍ବୁ ସେବନ କରିବା ଦ୍ୱାରା ଦାନ୍ତ ହୋଇପାରେ ଖରାପ : ଲେମ୍ବୁରେ ଏସିଡ ମାତ୍ରା ଅଧିକ ଥାଏ । ଅଧିକ ଲେମ୍ବୁ ସେବନ ଦ୍ୱାରା ଦାନ୍ତର ଏନାମେଲ ଖରାପ ହୋଇଯାଇଥାଏ । ତେଣୁ ଅଧିକ ଲେମ୍ବୁ ସେବନରୁ ବିରତ ରହିବା ଆବଶ୍ୟକ ।

୨. ଅଧିକ ଲେମ୍ବୁ ସେବନ ମାଇଗ୍ରେନ୍‌ର କାରଣ ହୋଇପାରେ : ଲେମ୍ବୁରେ ଟାରାମାଇନ ଅଧିକ ମାତ୍ରାରେ ରହିଥାଏ । ଟାରାମାଇନ ଅନ୍ୟ ଫଳ ତୁଳନାରେ ଲେମ୍ବୁରେ ଅଧିକ ରହିଥାଏ । ଯାହାକି ସର୍ବଦା ମୁଣ୍ଡ ବିନ୍ଧା ଭଳି ଅସୁବିଧା ସୃଷ୍ଟି କରିଥାଏ । ତେଣୁ ଅଧିକ ଲେମ୍ବୁ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ହେବାର ଆଶଙ୍କା ରହିଥାଏ ।

୩, ଅଧିକ ଲେମ୍ବୁ ସେବନ କରିପାରେ ପେଟ ଖରାପ : ଲେମ୍ବୁ ପାଣି ପେଟକୁ ଆରାମ ପହଞ୍ଚାଇଥାଏ । ତେବେ ଅଧିକ ଲେମ୍ବୁ ପାଣିର ସେବନ ଦ୍ୱାରା ପାଚନ ତନ୍ତ୍ରରେ ଅସୁବିଧା ଦେଖାଦେଇଥାଏ । ଯେଉଁଥିପାଇଁ ବାନ୍ତି ଭଳି ସମସ୍ୟା ହୋଇପାରେ । ତେଣୁ ଅଧିକ ଲେମ୍ବୁ ନଖାଇବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.