ପାଣିକଖାରୁରୁ ପ୍ରସ୍ତୁତ “ପେଠା ମିଠାଇ” ଶରୀର ପାଇଁ ହୋଇଥାଏ ଖୁବ ଲାଭଦାୟକ

ଯଦି ଆପଣ ମିଠା ଖାଇବାକୁ ପସନ୍ଦ କରନ୍ତି ତେବେ ଆମେ ଆଜି ଏହାକୁ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ କହିବୁ । ଯାହାକୁ ଜାଣିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ପେଠା ଶବ୍ଦ ଆପଣ ବହୁତ ବାର ଶୁଣିଥିବେ । କିନ୍ତୁ ଏହା ଆମ ରାଜ୍ୟ ଅର୍ଥାତ ଓଡ଼ିଶାରେ ପ୍ରସ୍ତୁତ କରାଯାଇନଥାଏ । ବିଶେଷ କରି ଏହା ଦିଲ୍ଲୀ, ମହାରାଷ୍ଟ୍ର, ଲକ୍ଷେ୍ନା, ଉତ୍ତରପ୍ରଦେଶ ଓ ଆଗ୍ରାରେ ତିଆରି ହୋଇଥାଏ । ଖାସ କରି ଆଗ୍ରାର ପେଠା ସବୁଠୁ ପ୍ରସିଦ୍ଧ ।

ତେବେ ଆମ ରାଜ୍ୟରେ ଏହାର ପ୍ରସ୍ତୁତି ଓ ଏହାର ପ୍ରଭାବକୁ ନେଇ ଅନେକ ପ୍ରଶ୍ନ ଉଠିଥାଏ । ଆମେ ଆଜି ଏହା ସମ୍ପର୍କରେ ଆପଣଙ୍କୁ କହିବୁ । ପେଠା ଏକ ମିଠାଇର ନାମ । ଯାହା ପାଣି କଖାରୁୁରୁ ତିଆରି ହୋଇଥାଏ । ଆମ ରାଜ୍ୟରେ ଏହି ପରିବାକୁ ନେଇ ତରକାରୀ ଓ ବଡ଼ି ହେଉଥିବା ବେଳେ ଏହାକୁ ନେଇ ମିଠାଇ ପ୍ରସ୍ତୁତ କରିବା ଭାବିଲେ ମନରେ ଆଂଶଙ୍କା ଉଠୁଥିବା ନିଶ୍ଚିତ । କିନ୍ତୁ ଏହା ଶରୀର ପାଇଁ ଖୁବ ଲାଭ ଦାୟକ ହୋଇଥାଏ । ଆମେ ଏହାକୁ ପାଣି କଖାରୁ ମିଠାଇ ବୋଲି ମଧ୍ୟ କହିପାରିବା । ତେବେ ଏହାର ଅନେକ ଫାଇଦା ରହିଛି । ଚାଲନ୍ତୁ ଜାଣିବା:

– ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ, ଗ୍ୟାଷ୍ଟ୍ରୋ ପ୍ରୋଟେକ୍ଟିଭ ଭଳି ଗୁଣ ଶରୀରରୁ ଗ୍ୟାସ ଏବଂ ପେଟ ଜନିତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

petha
pc: getty images

– ପେଠା ମିଠାଇ ଖାଇବା ଦ୍ୱାରା ମାନସିକ ଅବସାଦରୁ ମୁକ୍ତି ମିଳେ । ଏଥିରେ ଥିବା ପ୍ରଚୁର ଭିଟାମିନ ଓ ଖଣିଜ ଦ୍ରବ୍ୟ ଶରୀରରେ ଉତ୍ପନ୍ନ ହୋଇଥିବା ମାନସିକ ଚିନ୍ତାକୁ ଦୂର କରିଥାଏ ।

– ଏହାର ସେବନ ଦ୍ୱାରା ମେଟାବୋଲିଜିମ ଠିକ ରୁହେ । ଏହାଦ୍ୱାରା ପାଚନ ଶକ୍ତି ସୁରକ୍ଷିତ ରୁହେ ।

– ଶରୀରରେ ହେଉଥିବା ଷ୍ଟୋନ ସମସ୍ୟାକୁ ଦୂର କରିବା ପାଇଁ ପେଠା ସହିତ ଆପଣ ହେଙ୍ଗୁ ମିଶାଇ ଖାଇପାରିବେ ।

– ଯଦି ଆପଣ ପୋଲିଓ ରୋଗାଗ୍ରସ୍ତ ଥାନ୍ତି ତେବେ ଏହାକୁ ପ୍ରତିଦିନ ସେବନ କରନ୍ତୁ । ଏଥିରୁ ଅନେକ ଫାଇଦା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.