ଗରମ ଦିନେ ଆପଣଙ୍କ ମୋଟାପଣକୁ ଶୀଘ୍ର ହ୍ରାସ କରିବ ଏହି ଖାଦ୍ଯ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇସାରିଛି। ଏହି ସମୟରେ ବଜାରରେ ମିଳୁଥିବା ଫଳରେ ଅଧିକ ଜଳୀୟ ଅଂଶ ରହିଥାଏ, ଯାହା ଶରୀରକୁ ହାଇଡ୍ରେଡ କରିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ପ୍ରାୟତଃ ଅଧିକାଂଶ ଲୋକମାନେ ଭୁଲ ଖାଦ୍ୟ-ପାନୀୟ କାରଣରୁ ଅତ୍ୟଧିକ ମୋଟାପଣ ପାଇଁ ଚିନ୍ତିତ ହୋଇଥାନ୍ତି। ଯଦି ଆପଣ ମଧ୍ୟ ନିଜର ଅତ୍ୟଧିକ ଓଜନ ପାଇଁ ଚିନ୍ତିତ ଅଛନ୍ତି, ତେବେ ନିଶ୍ଚିନ୍ତ ଆଜି ହିଁ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ। ଏଥିପାଇଁ ଆପଣ କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହା ବ୍ୟତୀତ ଗରମ ଦିନେ ଆପଣ ଡାଇଟରେ ଏହି ୪ଟି ଜିନିଷ ସାମିଲ କରିବା ଦ୍ବାରା ଜଲଦି ଓଜନ କମ କରିପାରିବେ।

ବିନ୍ସ

Green-Beansସବୁଜ ପନି-ପରିବା ମଧ୍ୟରେ ବିନ୍ସ ଏଭଳି ଏକ ପଦାର୍ଥ, ଯାହା ଜଲଦି ଓଜନ କମାଇବାରେ ସାହାଯ୍ୟ କରିଥାଏ। ବିନ୍ସରେ କ୍ୟାଲୋରୀର ମାତ୍ରା କମ ରହିଥାଏ ଏବଂ ଏଥିରେ ଆଇରନ ଓ ଫାଇବର ମାତ୍ରା ଅଧିକ ରହିଥାଏ। ଏହା ଆପଣଙ୍କ ଓଜନ କମାଇବାରେ ଲାଭଦାୟକ ହୋଇଥାଏ।

ଆମ୍ବ

mangoଆମ୍ବ ଗରମ ଦିନ ଆସିବାର ସଂକେତ ଦେଇଥାଏ। ଅଧିକାଂଶ ଲୋକମାନେ ମଧ୍ୟ ଗରମ ସମୟରେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି। ଆମ୍ବ କେବଳ ପାଟି ସୁଆଦିଆ ପାଇଁ ହୋଇନଥାଏ ବରଂ ଏହା ଓଜନ କମ କରରିବା ପାଇଁ ମଧ୍ୟ ସେବନ କରିପାରିବେ। ଆମ୍ବରେ ଫାଇବର, ମ୍ୟାଗନେସିୟମ ଏବଂ ଆଇରନ ରହିଥାଏ, ଯାହା ଭୋକ ନିୟନ୍ତ୍ରଣ କରିଥାଏ। ଏହା ଦ୍ବାରା ଓଜନ କଣ୍ଟ୍ରୋଲ ରହିଥାଏ।

କଲରା

karela-juiceକଲରା ଅତ୍ୟଧିକ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିସହ ବ୍ଲଡ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। କଲରା ଶରୀରରେ କ୍ୟାଲୋରୀର ମାତ୍ରା କମ କରିବା କାରଣରୁ ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ତରଭୁଜ

watermelonତରଭୁଜ ଖାଇବା ଦ୍ବାରା ଗରମ ସମୟରେ ଶରୀରରେ ଜଳୀୟ ଅଂଶ କମ ହୋଇନଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଲିକୋପିନ ଅତ୍ୟଧିକ ମୋଟାପଣ ଦୂର କରିଥାଏ। ଏହାକୁ ଆପଣ ସାଲାଡ ଆକାରରେ ମଧ୍ୟ ଡାଇଟରେ ସାମିଲ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.