Below header

ଓଜନ କମ କରିବା ପାଇଁ ଲାଭକାରୀ ମେଥି, ଜାଣନ୍ତୁ କିପରି କରିବେ ସେବନ

ଅଧିକାଂଶ ଲୋକମାନେ ଓଜନ ବଢିବାକୁ ନେଇ ଚିନ୍ତିତ ହୋଇଥାନ୍ତି। କାରଣ ଅତ୍ୟଧିକ ଓଜନ ଲାଗି ଅନେକ ସ୍ଥାସ୍ୟ ଜନିତ ସମସ୍ୟା ଦେଖାଯାଇଥାଏ। ଏହି କାରଣରୁ ଲୋକମାନେ ନିଜର ଓଜନ କମ କରିବା ପାଇଁ ଶାରୀରିକ ବ୍ୟାୟାମ, ଡାଇଟିଂଗ ଏବଂ ଯୋଗ କରିଥାନ୍ତି। ଅନେକ ଲୋକମାନେ ମଧ୍ୟ ଓଜନ କମ କରିବା ପାଇଁ ସପ୍ଲିମେଣ୍ଟସ୍ ଖାଇଥାନ୍ତି। କିନ୍ତୁ ଏହା ସ୍ଥାସ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆପଣ ଏହି ମସସ୍ତ ଜିନିଷ ବ୍ୟବହାର କରିବା ସହ ମେଥି ମଧ୍ୟ ବ୍ୟବହାର କରିପାରିବେ । କାରଣ ମେଥିରେ ଥିବା ପୋଷକ ତତ୍ତ୍ବ ଶରୀର ଅତ୍ୟଧିକ ଓଜନକୁ ନିୟନ୍ତ୍ରଣ କରିଥାଏ।

methi-ଶରୀରର ଅତ୍ୟଧିକ ଓଜନ କମ କରିବା ପାଇଁ ସକାଳୁ ମେଥି ସହ ଗରମ ପାଣି ସେବନ କରନ୍ତୁ। ସକାଳୁ ଖାଲି ପେଟରେ ମଧ୍ୟ ଭିଜା ଯାଇଥିବା ମେଥି ଖାଇବା ଦ୍ବାରା ମଧ୍ୟ ଓଜନ କମ ହୋଇଥାଏ। ଏଥିସହ ମେଥି ମୋଟାପଣ ବର୍ଣ୍ଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହାକୁ ସେବନ କରିବା ପାଇଁ ପ୍ରଥମେ ରାତିରେ ମେଥିକୁ ପାଣିରେ ପକାଇ ରଖନ୍ତୁ। ତା ପରେ ସକାଳୁ ଉଠି ସେବନ କରନ୍ତୁ।

tea-ମେଥି ଚା ମଧ୍ୟ ଶରୀରର ମୋଟାପଣ ଦୂର କରିବା ସହ ପାଚନ ପ୍ରକ୍ରିୟା ସଠିକ ରୂପେ କରିଥାଏ। ମେଥି ଚା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ମେଥି ମଞ୍ଜିକୁ ପାଣିରେ ସିଝାଇ ସେଥିରେ କିଛି ପରିମାଣର ଡାଲଚିନି ଏବଂ ଅଦା ମିଶାଇ ୫ ମିନିଟ୍ ଫୁଟାନ୍ତୁ। ଏହି ଚା ସେବନ କରିବା ଦ୍ବାରା ଶରୀରର ଅତ୍ୟଧିକ ଓଜନ ବଢିବା କମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.