କଳାହାଣ୍ଡି: ଗୋଲାମୁଣ୍ଡା ବ୍ଲକ ସନ୍ଧିପଡ଼ା ଗାଁରେ ପାନୀୟ ଜଳ ସମସ୍ୟା

କଳାହାଣ୍ଡି(କେନ୍ୟୁଜ୍): ଜଳ ପାଲଟିଛି ଜହର । ନଳକୂଅରୁ ଦୂଷିତ ପାଣି ପିଇ କିଡ୍‌ନୀ ରୋଗରେ ଗଲାଣି ଅନେକ ଜୀବନ। ଏବେ ବି ଅନେକ ଆକ୍ରାନ୍ତ ଅଛନ୍ତି । ବାରମ୍ବାର ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ଦେଖିବା କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ସନ୍ଧିପଡ଼ା ଗାଁଲୋକଙ୍କ ସମସ୍ୟା। ସକାଳ ହେଲେ ପାଣି ଚିନ୍ତା । ନଳକୂଅରୁ ବାହାରୁଛି ଗୋଳିଆ ଓ ଦୂଷିତ ପାଣି । କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତର ସନ୍ଧିପଡ଼ା ଗାଁ । ବାସ କରନ୍ତି ୫୦ରୁ ଅଧିକ ପରିବାର । ଗାଁରେ ମାତ୍ର ୨ଟି ନଳକୂଅ ଅଛି । ହେଲେ ସେଥିରୁ ଦୂଷିତ ପାଣି ବାହାରୁଛି । ଏହି ପାଣି ପିଇ କିଡ୍‌ନୀ ରୋଗରେ ଅନେକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଅନେକ ଆକ୍ରାନ୍ତ । ଦିନେ କି ଦୁଇଦିନ ନୁହେଁ, ଏ ସମସ୍ୟା ବର୍ଷ ବର୍ଷର । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ସୁଫଳ ମିଳୁନାହିଁ । ସେପଟେ ଖୁବଶୀଘ୍ର ପାନୀୟଜଳ ସମସ୍ୟାର ସମାଧାନ ହେବ ବୋଲି ଏବିଡିଓ କହିଛନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.