ଘରେ ଲୁଗା ସଫା କରୁଥିଲେ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ, ବର୍ଷ ବର୍ଷ ଧରି କପଡ଼ା ଦିଶିବ ନୂଆ

କିଛି ମହିଳା ଘରେ କପଡା ଧୋଇବାକୁ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଭୁଲ କରିବସନ୍ତି, ଯଦ୍ଦ୍ଵାରା କପଡାଗୁଡିକ ଖୁବ କମ ଦିନ ଭିତରେ ପୁରୁଣା ଦେଖାଦିଏ। ନଚେତ ରଙ୍ଗ ଫିକା ପଡ଼ିଯାଏ । ତେଣୁ ଘରେ ଲୁଗା ସଫା କରିବା ସମୟରେ ସବୁବେଳେ ସାବଧାନତା ଅବଲମ୍ବନ କରିବା ଉଚିତ । ଆଜି ଆମେ ଆପଣଙ୍କୁ ଏ ବାବଦରେ ୫ଟି ଜରୁରୀ ଟିପ୍ସ କହିବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ କପଡ଼ାକୁ ବହୁତ ଦିନ ପର୍ଯ୍ୟନ୍ତ ନୂଆ ତଥା ଚମକଦାର ରଖିପାରିବେ । ଆସନ୍ତୁ ଜାଣିବା ।

Basket with laundry and washing machine.

୧. ଲୁଗା ସଫା କରିବା ପୂର୍ବରୁ ପ୍ରଥମେ ଏହାକୁ ୧୫ ମିନିଟ ଯାଏ ପାଣିରେ ବତୁରାଇ ରଖି ଦିଅନ୍ତୁ । ୧୫ ମିନିଟ ପରେ ହାତରେ ହାଲୁକା ଭାବେ ରଗଡ଼ିକି ଧୁଅନ୍ତୁ ।

୨. ବିଭିନ୍ନ ବ୍ରାଣ୍ଡର କପଡ଼ା ପଛରେ ଏହାର ଲେବୁଲ ଲେଖା ହୋଇଥାଏ। ଆପଣ କେଉଁ କାପଡ଼ାକୁ ଘରେ ଧୋଇବେ କାହାକୁ ଧୋଇବେ ନାହିଁ, କେଉଁଟାକୁ ମେସିନରେ ଧୋଇବେ, ଏ ସବୁ ସେହି ସିମ୍ବଲରେ ଲେଖା ହୋଇଥାଏ, କିନ୍ତୁ କେହି ବି ଏହା ଉପରେ ନଜର ଦେଇ ନଥାନ୍ତି । ତେଣୁ ସଫା କରିବା ପୂର୍ବରୁ ଥରେ ଏହା ଉପରେ ନଜର ପକାନ୍ତୁ ।

bzvv

୩. ୱାସିଂ ମେସିନରେ ଆବଶ୍ୟକତା ଠାରୁ ଅଧିକ କପଡା ପକାନ୍ତୁ ନାହିଁ । ଏମିତି କଲେ ଏହା ଭଲ ଭାବେ ଘୁରି ନ ଥାଏ। ଫଳରେ କପଡା ବି ଭଲ ଭାବେ ସଫା ହୋଇ ନ ଥାଏ।

୪. ମହଙ୍ଗା କପଡ଼ାକୁ ଅନ୍ୟ କେଉଁ କପଡ଼ା ସହ ମିଶାନ୍ତୁ ନାହିଁ ।

୫. ଧୁଆ କପଡ଼ାରୁ ପାଣି ବାହାରିବା ପାଇଁ କେବେ ବି ଏହାକୁ ଜୋରରେ ଚିପୁଡନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.