Below header

କରୋନା ତାଣ୍ଡବ ନ ସରୁଣୁ ପୁଣିଥରେ ବୁହାନରୁ ଆସିଲା ଆଉ ଏକ ନୂଆ ଭାଇରସ, ୩୨ ଜଣ ଆକ୍ରାନ୍ତ ଥିବା ବେଳେ ଘଟିସାରିଲାଣି ଜଣଙ୍କ ମୃତ୍ୟୁ

କରୋନା ପରେ ଆଉ ଏକ ଭାଇରସ ଏବେ ମାନବ ଜାତି ପାଇଁ ମୃତ୍ୟୁର ଦୂତ ସାଜି ଆସିଛି। ଏହି ଭାଇରସର ନାଁ ହେଉଛି ହନ୍ତା ଭାଇରସ। ହନ୍ତା ଭାଇରସ ଯୋଗୁ ଚୀନରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ମଧ୍ୟ ସୂଚନା ମିଳିଛି। କରୋନାର ଜନ୍ମସ୍ଥଳ କୁହାଯାଉଥିବା ଚୀନର ବୁହାନ ସହରରେ ଜଣେ ବ୍ୟକ୍ତି ସୋମବାର ହନ୍ତା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସାନଡୋଙ୍ଗ ଫେରିବା ବାଟରେ ଚାର୍ଟର୍ଡ ବସରେ ତାଙ୍କ ମୃତ୍ୟୁ ଘଟିଛି।

Image result for hanta virus

ରିପୋର୍ଟ ମୁତାବକ ଚୀନରେ ମୋଟ ୩୨ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ବ୍ୟକ୍ତିଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ସମସ୍ତେ ପ୍ରଥମେ ଏହାକୁ କରୋନା ଭାଇରସ ବୋଲି ଭାବିଥିଲେ। କିନ୍ତୁ ପରୀକ୍ଷା ପରେ ଏହା କୋଭିଡ-୧୯ ନୁହେଁ ବରଂ ଏକ ନୂଆ ଭାଇରସ ବୋଲି ଜଣାପଡ଼ିଥିଲା। ଯାହାକୁ ହନ୍ତା ଭାଇରସ ବୋଲି କୁହାଯାଉଛି। ମୂଷାଙ୍କ ଠାରୁ ଏହି ରୋଗ ବ୍ୟାପୁଥିବା ପ୍ରାରମ୍ଭିକ ରିସର୍ଚ୍ଚରୁ ଜଣାଯାଇଛି।

Image result for hanta virus

ହନ୍ତା ଭାଇରସ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଏହା ବ୍ୟାପୁଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଯଦି ଜଣେ ସୁସ୍ଥ ବ୍ୟକ୍ତି ନିଜ ଆଖି, ନାକ, କାନ କୁ ସ୍ପର୍ଶ କରେ ତେବେ ଏହା ବ୍ୟାପିବା ସମ୍ଭାବନା ରହିଛି। ଏଥିସହ ଆକ୍ରାନ୍ତଙ୍କ ମଳ, ମୂତ୍ର, କଫ ଛୁଇଁଲେ ମଧ୍ୟ ରୋଗ ବ୍ୟାପିପାରେ। ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଏହି ଭାଇରସ ସହଜରେ ଗ୍ରାସ କରିପାରିବ ବୋଲି ଡାକ୍ତର ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.