ସେଲଫ କ୍ଵାରେନଟାଇନରେ ଥିବା ବ୍ୟକ୍ତି ବନାଇଲେ କରୋନା ପକୋଡା, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

କରୋନା ଭାଇରସର ପ୍ରକୋପକୁ ଦେଖି ସରକାରଙ୍କ ଦ୍ୱାରା ଲକଡାଉନ ଏବଂ କର୍ଫ୍ୟୁର ଆଦେଶ ଦିଆଯାଇଛି। ଏଥିପାଇଁ ଲୋକଙ୍କୁ work from home କରିବା ପାଇଁ କୁହାଯାଇଛି। ଏମିତିରେ ଲୋକମାନେ ଘରେ ରହି କାମ କରିପାରୁଛନ୍ତି ଏବଂ ଯିବା ଆସିବାରେ ଲାଗୁଥିବା ସମୟ ମଧ୍ୟ ବଂଚି ଯାଉଛି। ଆଉ କିଛି ଲୋକ ତାଙ୍କ ଏକ୍ସଟ୍ରା ସମୟରେ ନିଜ ଇଚ୍ଛା ଅନୁଯାଇ କାମ କରୁଛନ୍ତି। ସାଧାରଣ ଲୋକ ଘରେ ରହି ବୋର ନ ହେବା ପାଇଁ ଅନେକ କିଛି ତରିକା ଆପଣାଉଛନ୍ତି। ଆଜି ଆମେ ଆପଣଙ୍କୁ ଜଣେ ଏମିତି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଘରେ ବସି ବସି କରୋନାର ପକୋଡ଼ି ତିଆରି କରିଛନ୍ତି।

koronaକରୋନା ଭାଇରସର ପ୍ରକୋପ ଚାଲିଥିବାବେଳେ ଜଣେ ବ୍ୟକ୍ତି ଟ୍ୱିଟରରେ ‘କରୋନା ଭାଇରସ’ ଆକୃତିର ପକୋଡ଼ି ଫଟୋ ପୋଷ୍ଟ କରି ତାର ନାମ ରଖିଛନ୍ତି କରୋନା ପକୋଡା। ଏମିତି ତା ଏହାକୁ ଶୁଣିବାକୁ ବହୁତ ଅଜବ ଲାଗୁଛି କିନ୍ତୁ ଆପଣ ଦେଖିପାରିବେ ଯେ ଏହା ଦେଖିବାକୁ କେତେ ମଜାଳିଆ ଲାଗୁଛି। ଜଣେ ଟ୍ୱିଟର ୟୁଜର ଏହି ଫଟୋକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି।ଲୋକମାନେ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଏ କହୁଛି ଆରେ ଭାଇ ଇଏ ତ ଦେଖିବାକୁ ଅବିକଳ କରୋନା ଭାଇରସ ଭଳି।

ଏହି ଫୋଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଲୋକେ ଏହି ଫୋଟୋକୁ ଦେଖି କରୋନା ପକୋଡ଼ି ବୋଲି କହୁଛନ୍ତି। ଏହି ଫଟୋକୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଅନେକ ଲୋକ ତ ଏହି ପକୋଡ଼ି ବନାଇବାର ପ୍ରଣାଳୀ ପଚାରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.