କରୋନା ମୃତକଙ୍କ ସଂଖ୍ୟା ଲୁଚାଉଛି ଚୀନ! ଟେଲିକମ୍ କମ୍ପାନୀ କହିଲା ଦେଢ଼ କୋଟି ଗ୍ରାହକ ହଠାତ୍ ଗାୟବ

କରୋନା ଭାଇରସ ଏବେ ସାରା ବିଶ୍ୱକୁ ନିଜ କବଳରେ ରଖିଛି। କରୋନା ଯୋଗୁ ସବୁ ଦେଶବାସୀଙ୍କ ଜୀବନ ଠପ୍ ହୋଇଯାଇଛି କହିଲେ ଚଳେ। ଆକ୍ରାନ୍ତ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁନାହାନ୍ତି। ଲୋକମାନେ ନିଜକୁ ନିଜେ ଘରେ ହିଁ ବନ୍ଦୀ କରି ରଖିଛନ୍ତି। କରୋନାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯାଉଛି। ତେବେ କରୋନାରେ ମୃତ୍ୟୁ ସଂଖ୍ୟାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି।

Image result for coronavirus death in china

ରିପୋର୍ଟ ମୁତାବକ, ଚୀନରେ କରୋନା ଭାଇରସ ଯୋଗୁ ମୋଟ ୩୨୭୭ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲେ ମଧ୍ୟ ତାହା ମିଛ ବୋଲି ସେଠାକାର ଟେଲିକମ୍ କମ୍ପାନୀ ଦାବି କରିଛି। ଟେଲିକମ୍ କମ୍ପାନୀର କହିବା ମୁତାବକ କରୋନା ବ୍ୟାପିବା ପରେ ଏବେ କିଛି ଦିନ ହେବ ବୁହାନ ଓ ଆଖପାଖ ଅଞ୍ଚଳର ପ୍ରାୟ ୧.୫ କୋଟି ଲୋକ ହଠାତ ମୋବାଇଲ ବ୍ୟବହାର କରିବା ବନ୍ଦ କରିଦେଇଛନ୍ତି। ହଠାତ ଏତେ ସଂଖ୍ୟକ ଗ୍ରାହକ କାହିଁକି ସେବା ବନ୍ଦ କଲେ ତାହା ଜାଣିବାକୁ କମ୍ପାନୀ ତରଫରୁ ସେମାନଙ୍କୁ କଲ କରିଥିଲେ ମଧ୍ୟ ସେମାନେ ଫୋନ ଉଠାଇନଥିବା କମ୍ପାନୀ କହିଛି। ଏଣୁ ସମସ୍ତଙ୍କ ମୃତ୍ୟୁ ଘଟିଥିବା ନେଇ କମ୍ପାନୀ ସନ୍ଦେହ କରୁଛି।

Image result for coronavirus death in china

କେବଳ ଟେଲିକମ୍ ନୁହେଁ ସମ୍ପୃକ୍ତ ଅଞ୍ଚଳରେ ରାତିରେ ଘରେ ଆଲୋକ ନ ଜଳିବା ମଧ୍ୟ ସନ୍ଦେହକୁ ଆଉ ଟିକେ ଦୃଢ଼ କରୁଛି। ଏସବୁ ଘଟଣାରୁ ଜଣାଯାଉଛି ଯେ ଚୀନ ସରକାରଙ୍କ ଦ୍ୱାରା ଘୋଷଣା କରାଯାଉଥିବା ମୃତ୍ୟୁ ସଂଖ୍ୟା ସତ ନୁହେଁ। ପ୍ରକୃତରେ କରୋନା ଯୋଗୁ ଚୀନରେ ୩୨୭୭ ନୁହେଁ ବରଂ ଦେଢ଼ କୋଟି ଲୋକଙ୍କ ମୃତ୍ୟୁ ଘଟିଛି, ଯାହାକୁ ସେଠାକାର ସରକାର ଜାଣିଶୁଣି ଲୁଚାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.