କେବଳ ପୁଅଙ୍କ ପାଇଁ ! ଝିଅ ମାନଙ୍କ ପରି ପୁଅଙ୍କୁ ବି କରନ୍ତୁ ତାଗିଦ

ବଦଳୁ ଥିବା ସମୟ ସହ ଆଗକୁ ବଢ଼ୁଥିଲେ ବି ଦେଶରେ ଝିଅ ମାନଙ୍କ ପ୍ରତି ବଳାତ୍କାର, ଏସିଡ ଆଟାକ, ହିଂସା ପରି ଘଟଣା ମାନ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଅଧିକାଂଶ ମାମଲାରେ ଦେଖାଯାଏ କି ଅଭିଯୁକ୍ତ ମାନେ ଯୁବ ବର୍ଗର ହିଁ ହୋଇଥାନ୍ତି । ଏହି ସବୁ ଘଟଣା ଗୁଡିକର ମାତ୍ରା ଦିନ କୁ ଦିନ ବଢି ଚାଲିଥିବା ବେଳେ ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠୁଛି । ଆଉ ସବୁଠୁ ଅଧିକ ପ୍ରଶ୍ନ ଉଠୁଛି ପୁଅ ପିଲା ମାନଙ୍କ ଲାଳନ ପାଳନକୁ ନେଇ । ପିତା ମାତାଙ୍କ ଲାଳନ ପାଳନରେ ଏମିତି କଣ ଭୁଲ ରହି ଯାଉଛି ଯେ ଅତି କମ ବୟସରୁ ପିଲାଙ୍କ ମନ ଖରାପ କାମ ପ୍ରତି ଆଗଉଛି ।

ଯଦି ଛୋଟ ବେଳରୁ ହିଁ ସେମାନଙ୍କୁ ଠିକ ସଂସ୍କାର ଦିଆଯାଏ ତେବେ ହୁଏତ ତାଙ୍କ ମନରେ କିଛିଟା ପରିବର୍ତ୍ତନ ଆସିପାରିବ । ସେମାନେ ଆଉ ଖରାପ କାମ ପ୍ରତି ସେତେଟା ଆଗଭର ହେବେ ନାହିଁ । ତେଣୁ କରି ଆଜି ଆମେ ଆପଣଙ୍କୁ ୬ଟି ଜରୁରୀ ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ନିଜ ପିଲାକୁ ପ୍ରଥମେ ଏକ ସୁନାଗରିକ ଭାବେ ଗଢି ପାରିବେ ।

mother and son

1. ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯଦି ଛୋଟ ମୋଟ ଘଟଣାକୁ ନେଇ ଝଗଡା ଲାଗିରହେ ଓ ବିଶେଷ ଭାବେ ଝଗଡା ଯଦି ଆପଣ ନିଜ ପିଲାଙ୍କ ସାମ୍ନାରେ ହିଁ କରୁଥାନ୍ତି ତେବେ ଏହା ପିଲାଙ୍କ ମନରେ ଖରାପ ପ୍ରଭାବ ପକାଇଥାଏ । ଅତି ଛୋଟ ବେଳରୁ ହିଁ ପିଲାଙ୍କ ମନରେ ଏହି କଥା ଏକ ପ୍ରକାର ବସା ବାନ୍ଧି ରହିଯାଏ । ଯାହାଦ୍ୱାରା ସମସ୍ତଙ୍କୁ ସେ ଶତ୍ରୁ ଦୃଷ୍ଟିରେ ଦେଖିଥାନ୍ତି ।

2. ସାଧାରଣତଃ ଘର ଲୋକେ ଝିଅ ମାନଙ୍କୁ ଗୁଡ଼ ଟଚ ଓ ବ୍ୟାଡ଼ ଟଚ ବିଷୟରେ ସୂଚନା ଦେଇଥାନ୍ତି । କିନ୍ତୁ ପୁଅ ମାନଙ୍କ କ୍ଷେତ୍ରରେ ସେ ବିଷୟ ପ୍ରତି ସେତେଟା ଧ୍ୟାନ ଦିଆଯାଇନଥାଏ । କିନ୍ତୁ ଛୋଟ ବେଳରୁ ଯଦି ପିଲାଙ୍କୁ ଏବିଷୟରେ ସଚେତନ କରାଯାଏ ତେବେ ସେମାନେ ଅଧିକ ସଚେତନ ହୋଇଥାନ୍ତି ।

mother and son

3.ବିଶେଷ ଭାବେ ୫ ରୁ ୧୨ ବର୍ଷର ପିଲାଙ୍କ ଉପରେ ବାପା ମା’ ମାନେ ଅଧିକ ନଜର ରଖିବା ଉଚିତ । କାରଣ ଏହି ବୟସର ପିଲା ମାନେ ହିଁ ଅଧିକ ଜିଦିଆ ସ୍ୱଭାବର ହୋଇଥାନ୍ତି । ଏହି ବୟସର ପିଲା ନିଜ ମନ ଅନୁସାରେ କାମ କରିବାକୁ ଅଧିକ ପସନ୍ଦ କରିଥାନ୍ତି ।

4. ୧୨ ବା ୧୩ ବର୍ଷରୁ ପିଲା ମାନଙ୍କର କିଶୋରାଵସ୍ଥା ଆରମ୍ଭ ହୋଇଯାଇଥାଏ । ଯଦି ଠିକ ଭାବେ ଲାଳନ ପାଳନ କରାଯାଏ ତେବେ ଏହି ବୟସରୁ ପିଲା ମାନଙ୍କର ବୁଝିବା ଶକ୍ତି ବଢିଥାଏ । କଉଟା ଠିକ କଉଟା ଭୁଲ ସେବିଷୟରେ ସେ ବିଷୟରେ ଅଧିକ ଜ୍ଞାନ ବଢି ପାରିବ ।

5. ଏହି ବୟସର ପିଲାମାନେ ପ୍ରକୃତରେ ସେକ୍ସ ଓ ପ୍ରେମ ଭିତରର ଅନ୍ତର ଭଲ ଭାବେ ବୁଝିନଥାନ୍ତି । ପ୍ରେମର ପବିତ୍ରତା ଓ ସମ୍ପର୍କର ମହତ୍ୱ ବିଷୟରେ ପିଲା ମାନଙ୍କୁ ବାପା ମା’ ମାନେ ସଚେତନ କରାଇବା ଉଚିତ ।
6.ପ୍ରତିଦିନର କେତେ ଗୁଡିଏ ଘଟଣା ବିଷୟରେ ନିଜ ପିଲାଙ୍କ ସହ ଖୋଲା ଖୋଲି ଭାବେ କଥା ହେବା ଉଚିତ । ଯାହା ସାହାଯ୍ୟରେ ଆପଣ ନିଜ ପୁଅର ଝିଅ ମାନଙ୍କ ପ୍ରତି ଥିବା ଦୃଷ୍ଟି କୋଣ ବିଷୟରେ ସହଜରେ ଜାଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.