ଜୁଳୁଜୁଳିଆ ପୋକ ଚମକିବା ପଛର କାରଣ ଜାଣିନଥିବେ ଆପଣ

ଜୁଳୁଜୁଳିଆ ପୋକ, ନା ଶୁଣିବା ମାତ୍ରେ ଆପଣଙ୍କ ମନରେ ଏକ ଆଲୋକ ଆସୁଥିବ । ଏହି ପୋକ ବିଷୟରେ ବୋଧହୁଏ ଆପଣ ବେଶୀ କିଛି ଜାଣିନଥିବେ କାରଣ ଏହା ଅଧିକାଂଶ ଗ୍ରାମାଞ୍ଚଳରେ ଦେଖାଯାଆନ୍ତି ଏବଂ ସହରରେ ବହୁତ କମ ମାତ୍ରାରେ ଦେଖାଯାଆନ୍ତି । ତେବେ କଣ ଆପଣ ଜାଣନ୍ତି କି ଜୁଳୁଜୁଳିଆ ପୋକ ଆଲୋକ କରନ୍ତି କାହିଁକି ? ତାହେଲେ ଆସନ୍ତୁ ଆଜି ଜାଣିବା ଜୁଳୁଜୁଳିଆ ପୋକ ବିଷୟରେ ।

Related image

ଏହି ପୋକ ଆଲୋକ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଲା ସେମାନେ ନିଜ ସାଥୀଙ୍କୁ ଆକର୍ଷିତ କରିବା ଏହା ବ୍ୟତୀତ ସେମାନେ ଖାଦ୍ୟ ଅନ୍ୱେଷଣରେ ମଧ୍ୟ ଆଲୋକିତ ହୋଇଥାନ୍ତି । 1667 ମସିହାରେ ବୈଜ୍ଞାନିକ ରୋବର୍ଟ ବାୟଲ ଏହି ପୋକକୁ ଖୋଜି ବାହାର କରିଥିଲେ । ପୂର୍ବରୁ ଏହା କୁହାଯାଉଥିଲା ଯେ ଏହି ପୋକର ଶରୀରରେ ଫକ୍ସୋରସ ରହିଥାଏ ଯେଉଁ କାରଣରୁ ଏହା ଚମକିଥାଏ ।

Image result for firefly

ଯଦିଓ ଇଟାଲୀର ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହା ଫକ୍ସୋରସ ନୁହେଁ ବରଂ ଲ୍ୟୁସିଫେରେସ ନାମକ ଏକ ପ୍ରୋଟିନ କାରଣରୁ ହୋଇଥାଏ । ଜୁଳୁଜୁଳିଆରେ ପୋକର ଆଲୋକର ରଙ୍ଗ ଧଳା, ହଳଦିଆ ଓ ଲାଲ ରଙ୍ଗ ହୋଇଥାଏ । ଏହା ଅଧିକାଂଶ ରାତି ସମୟରେ ଚମକିଥାଏ । ଦେଖିବାକୁ ଏହା ଅତ୍ୟନ୍ତ ପତଳା ଏବଂ ଦୁଇଟି ପରବିଶିଷ୍ଟ ପୋକ ଅଟେ ଏବଂ ସେମାନେ ଜଙ୍ଗଲରେ ଗଛର ଛେଲି ମଧ୍ୟରେ ଅଣ୍ଡା ଦେଇଥାନ୍ତି ।

Related image

ମାଇ ଜୁଳୁଜୁଳିଆଙ୍କର ପର ନଥାଏ ସେଥିପାଇଁ ସେମାନେ ଗୋଟେ ସ୍ଥାନରେ ରହି ଚମକିଥାନ୍ତି । ଯଦିଓ ଅଣ୍ଡିରା ଜୁଳୁଜୁଳିଆ ପୋକ ଉଡିଥାନ୍ତି ଆଲୋକ ମଧ୍ୟ ଦେଇଥାନ୍ତି ଯେଉଁ କାରଣରୁ ତାଙ୍କୁ ଅତି ସହଜରେ ଜାଣିହୁଏ । ଅଧିକ ରୋଷଣିରେ ଚମକୁଥିବା ଜୁଳୁଜୁଳିଆ ପୋକ ସାଧାରଣତଃ ଅଧିକାଂଶ ରୂପେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଦେଖାଯାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.