ପେଟ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ଏହିି ସହଜ ଘରୋଇ ଉପାୟ

ଫେଷ୍ଟିଭାଲ ସିଜିନରେ ତେଲ ଜାତୀୟ ଖାଦ୍ୟର ଡିମାଣ୍ଡ ବଢ଼ିଯାଏ । ସେ ମିଠା ହେଉ କିମ୍ବା ପିଠା ଅବା ପକୋଡ଼ି । ସବୁଠି ଏହି ଆସର ଜମୁଥିବାର ଦେଖିବାକୁ ମିଳେ । ଆଉ ପରେ ସ୍ୱାସ୍ଥ୍ୟକୁ ନେଇ ଯେଉଁ ଅବସ୍ଥା ଭୋଗିବାକୁ ପଡେ, ତାହା କହିଲେ ନ ସରେ ।

ସ୍ୱାଦିଷ୍ଟ ଖାଦ୍ୟ ଖାଇବା ବାହାନାରେ ଆମେ ଯେଉଁ ଭୁଲ କରିଦେଉ ଏହାପରେ ଆମକୁ ପେଟ ଜନିତ ସମସ୍ୟା ଭୋଗିବାକୁ ପଡ଼େ । ତେଲ ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ହଜମ ପ୍ରକ୍ରିୟାରେ ବାଧା ପ୍ରାପ୍ତ ହୁଏ । ଇନଡାଇଜେସନ୍ ଫଳରେ ମୁଣ୍ଡ ବିନ୍ଧା, ବାନ୍ତି ହେବ. ଗ୍ୟାସ, ଅପଚ,କବ୍ଚ ଏବଂ ଏସିଡିଟି ଭଳି ସମସ୍ୟାକୁ ଭୋଗିବାକୁ ପଡ଼େ । ତେବେ ଯଦି ଆପଣ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଆଜି ଆମେ ଏଥିପାଇଁ ଏକ ସହଜ ଉପାୟ ଆଣିଛୁ । ଯାହାକୁ ଆପଣାଇ ଆପଣ ତୁରନ୍ତ ଆରାମ ଅନୁଭବ କରିପାରିବେ ।

ଜୁଆଣି :

ଯଦି ତେଲଖାଦ୍ୟ ଖାଇବା ଦ୍ୱାରା ଏସିଡିଟି ଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ତେବେ ଜୁଆଣୀ ଖାଆନ୍ତୁ ।ଏହା ସବୁଠୁ ଭଲ ଅପସନ୍ । ଏଥିରେ ଆପଣ ବ୍ଲାକ ସଲ୍ଟ ବା କଳା ଲୁଣ ମିଶାଇ ଗରମ ପାଣିରେ ସେବନ କରନ୍ତୁ । ଦେଖିବେ ନିଶ୍ଚିତ ଆରାମ ମିଳିବ ।

ହେଙ୍ଗୁ:

ଏଥିରେ ଅନେକ ଔଷଧିୟ ଗୁଣ ରହିଛି । ଯାହା ଅପଚ ଓ ବଦହଜମୀ ସମସ୍ୟାକୁ ଦୂର କରିଥାଏ । । ହେଙ୍ଗୁ ପାଉଡରରେ ଗରମ ପାଣି ମିଶାଇ ଖାଆନ୍ତୁ । ଦେଖିବେ ଆପଣଙ୍କ ଗ୍ୟାସ ସମସ୍ୟା ଦୂର ହେବ ।

health
pc: health magazine

ପାନମହୁରି:

ପେଟରେ ଜ୍ୱଳନ ସମସ୍ୟ ଦେଖାଦେଲେ ପାନମହୁରି ଏଥିପାଇଁ ରାମବାଣ ସଦୃଶ ହୋଇଥାଏ । ଏଥିପାଇଁ ଏକ ଚାମଚ ପାନମହୁରିକୁ ରାତିରୁ ଭିଜାଇ ରଖନ୍ତୁ ।ସକାଳେ ଉଠିବା ପରେ ଏହାକୁଗ୍ରାଇଣ୍ଡ କରି ପିଇ ଦିଅନ୍ତୁ । କିଛି ସମୟ ମଧ୍ୟରେ ଆପଣଙ୍କୁ ଆରାମ ଲାଗିବ ।

ସୁଣ୍ଠି:

ପେଟ ଜନିତ ସମସ୍ୟ ପାଇଁ ସବୁଠୁ ଭଲ ହେଉଛି ସୁଣ୍ଠି ସେବନ । ଏଥିପାଇଁ ଅଧଚାମଚ ସୁଣ୍ଠିରେ ଗରମ ପାଣି ମିଶାଇ ପିଅନ୍ତୁ । ଏହାଦ୍ୱାରା ପେଟ ଜନିତ ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.