Below header

ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ, ୬ଟି ଏଜେଣ୍ଡା ଉପରେ ଫୋକସ

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି । ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏଥିରେ ୬ଟି ଏଜେଣ୍ଡା ଉପରେ ଫୋକସ କରାଯାଇଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକର ଅବଧି। ଭୋଟ ଗ୍ରହଶ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ସମୟ ଅବଧି ଏବଂ ନିର୍ବାଚନ ଖର୍ଚ୍ଚ ଉପରେ ବିସ୍ତୁତ ଆଲୋଚନା ହେଇଛି । ଏଥର ନକଲି ଭୋଟର ଆଇଡିକୁ ଧରିବାକୁ କ୍ରମିକ ନମ୍ବର ରହିବ ।

ପୂର୍ବ ପଞ୍ଚାୟକ ନିର୍ବାଚନ ସମୟରେ ଯେଉଁ ଖର୍ଚ୍ଚ ଓ ସମୟ ଅବଧି ଥିଲା ତାହା ଏଥର ବି ରଖାଯାଇଛି । ଜିଲ୍ଲା ପରିଷଦ ୨ ଲକ୍ଷ, ସମିତି ସଭ୍ୟ ୮୦ ହଜାର ଓ ସରପଞ୍ଚ ୮୦ ହଜାର ଟଙ୍କା ଖର୍ଚ୍ଚ କରିବା ନେଇ ନିୟମ ଥିଲା । ଏହା ଉପରେ ବିଭିନ୍ନ ଦଳ ସେମାନଙ୍କ ପ୍ରସ୍ତାବ ରଖିବେ । ଏହା ପୂର୍ବରୁ ନିର୍ବାଚନ କମିଶନ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।

ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ । ବୁଥ ସ୍ତରରେ କାଉଣ୍ଟିଂ ନ ହୋଇ ଏଥର ବ୍ଲକସ୍ତରରେ ଭୋଟ ଗଣତି କରାଯିବ । ଆସନ୍ତାବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଗତିବିଧି ମଧ୍ୟ ଜୋରଦାର ହେବାରେ ଲାଗିଲାଣି । ସବୁ ଦଳ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରି ମଜଭୁତ କରିବା ପାଇଁ ଲାଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.