ରକ୍ତ ପରିସ୍କାର ପାଇଁ ଖାଆନ୍ତୁ ଏହିସବୁ ଜିନିଷ, ଶରୀରରୁ ବାହାରିଯିବ ବିଷାକ୍ତ ପଦାର୍ଥ

ଶରୀରକୁ ସୁସ୍ଥ ରଖିବା ପାଇଁ ଶରୀରରୁ ଟକ୍ସିନ ବା ବିଷାକ୍ତ ପଦାର୍ଥ ବାହାରିଜିବା ଜରୁରୀ ହୋଇଥାଏ | ଆପଣଙ୍କ ଖାଦ୍ୟ ପଦାର୍ଥରେ ଏମିତି ଜିନିଷ ସାମିଲ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଶରୀରରୁ ପ୍ରାକୃତିକ ଉପାୟରେ ଟକ୍ସିନ ବା ବିଷାକ୍ତ ପଦାର୍ଥ ବାହାରିଯିବ |

ରକ୍ତ ପରିସ୍କାର ହେବ | ଯଦି ରକ୍ତରେ କିଛି ଖରାପ ଥାଏ ତେବେ ଏହାର ପ୍ରଭାବ ସାରା ଶରୀର ଉପରେ ପଡିଥାଏ | ତେଣୁ ଆମେ ଏମିତି ଖାଦ୍ୟ ଖାଇବା ଯାହା ଆମ ଶରୀରରୁ ଟକ୍ସିନ ବା ବିଷାକ୍ତ ପଦାର୍ଥ ବାହାର କରିଦେବ | ଆସନ୍ତୁ ଜାଣିବା କଣ ସେହି ଖାଦ୍ୟ |

1. ଧଣିଆ-ପୁଦିନା ଵାଲା ଚା’ : ଖାଦ୍ୟ ପଦାର୍ଥରେ ପଡୁଥିବା ଧଣିଆ ପତ୍ର ବହୁତ ଗୁଣକାରୀ ହୋଇଥାଏ | ଧଣିଆ ପତ୍ର ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ | ସେହିପରି ପୁଦିନା ପେଟ ସମ୍ବନ୍ଦୀୟ ରୋଗ ଉପଶମ କରିବା ସହ ରକ୍ତ ସଫା କରିଥାଏ | ଗୋଟିଏ ଗ୍ଲାସ ପାଣିରେ କିଛି ଧଣିଆ-ପୁଦିନା ପତ୍ର ପକାଇ 10 ମିନିଟ ଫୁଟାନ୍ତୁ ଓ ପରେ ଅଳ୍ପ ଉଷୁମ ପିଅନ୍ତୁ |

2. ତୁଳସିବାଲା ଚା’ : ତୁଳସୀ ପତ୍ର ଶରୀର ପାଇଁ ଏକ ପ୍ରାକୃତିକ ଡ଼ିଟାକ୍ସ ହୋଇଥାଏ | ପ୍ରତିଦିନ 8-10 ଟି ତୁଳସୀ ପତ୍ର ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ | ଏହାଛଡା 10-15 ଟି ତୁଳସୀ ପତ୍ରକୁ 1 ଗ୍ଲାସ ପାଣିରେ 10 ମିନିଟ ଫୁଟାଇ ଚା’ ଭାବେ ପିଇଲେ ରକ୍ତ ସଫା ହେବ |

3. ଲେମ୍ବୁ : ଭିଟାମିନ ସି ରେ ଭରପୁର ଲେମ୍ବୁ ରେ ଥିବା ଏସିଡ଼ି ଗୁଣ ରକ୍ତ ସଫା କରିଥାଏ | ଲେମ୍ବୁରେ ଅନେକ ପ୍ରାକୃତିକ ଓ ଔଷଧୀୟ ଗୁଣ ମଧ୍ୟ ରହିଛି | ପ୍ରତିଦିନ ଏକ ଗ୍ଲାସ ଲେମ୍ବୁ ପାଣି ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ | ପ୍ରତିଦିନ ସକାଳେ 1 ଗ୍ଲାସ ଉଷୁମ ପାଣିରେ ଫଳେ ଲେମ୍ବୁ ପିଇଲେ ରକ୍ତ ସଫା ରହେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.