ଏହି ଜନ୍ମତିଥି ଲୋକଙ୍କ ପାଇଁ ବରଦାନ ରହିବ ଏହି ସପ୍ତାହ, ସଫଳତା ପାଇବା ସହ ନହେଉଥିବା କାମ ହେବ ପୂରା

ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷରେ ବି ଜାତକଙ୍କ ଭବିଷ୍ୟତ, ସ୍ୱଭାବ ଏବଂ ବ୍ୟକ୍ତିତ୍ୱର ପତ୍ତା ଲାଗିଥାଏ। ଯେଉଁଭଳି ଭାବେ ସବୁ ନାମ ଅନୁସାରେ ରାଶି ହୋଇଥାଏ ସେହିପରି ସବୁ ନମ୍ବର ଅନୁଯାୟୀ ଅଙ୍କ ଜ୍ୟୋତିଷରେ ନମ୍ବର ହୋଇଥାଏ। ଅଙ୍କଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିଙ୍କର ଭାଗ୍ୟାଙ୍କ ରହିଥାଏ। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଭାଗ୍ୟାଙ୍କ କଣ ତାହେଲେ ନିଜ ଜନ୍ମ ତାରିଖ, ମାସ ଏବଂ ବର୍ଷକୁ ମିଶାଇ ଯୋଡି ଦିଅନ୍ତୁ। ତାକୁ ମିଶାଇ ଯେଉଁ ସଂଖ୍ୟା ବାହାରିବ ତାହା ହେଉଛି ଆପଣଙ୍କ ଭାଗ୍ୟାଙ୍କ। ଉଦାହରଣ ସ୍ୱରୂପ ଯଦି କାହାର ଜନ୍ମ ତାରିଖ ୧୬ ଏବଂ ମାସ ୧୦ ଓ ବର୍ଷ ୧୯୯୫ ତାହେଲେ ତାଙ୍କ ଭାଗ୍ୟାଙ୍କ ୮ ହେବ।
୧୬-୧୦-୧୯୯୫ = ୧+୬+୧+୦+୧+୯+୯+୫ = ୩୫
୩+୫ =୮

ତେବେ ଆସନ୍ତୁ ଜାଣିବା ଏହି ସପ୍ତାହ କେଉଁ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ରହିଛି।

ମୂଲ୍ୟାଙ୍କ ୪

  • ଏହି ସପ୍ତାହ ଭୂମି ଏବଂ ପ୍ରୋପର୍ଟି କାମରେ ଧନ ଲାଭ ହେବ।
  • ନୂଆ ଯୋଜନା ବନିବ।
  • ଏହି ସପ୍ତାହ ଆପଣଙ୍କ ପାଇଁ ବହୁତ ଭଲ ରହିବ।
  • ଅଫିସର ମାନଙ୍କ ସହ ସମ୍ପର୍କ ଭଲ ହେବ।
  • ଏହି ସପ୍ତାହ ବେପାର ମାମଲାରେ ଭଲ ରହିବ।
  • କୌଣସି ପୁରୁଣା ମିତ୍ର ଠାରୁ କ୍ଷତି ସହିବାକୁ ପଡିପାରେ।

ମୂଲ୍ୟାଙ୍କ ୬

  • ଏହି ସପ୍ତାହରେ କୌଣସି ଚିନ୍ତା ଠାରୁ ମୁକ୍ତି ମିଳିପାରେ।
  • ଆପଣଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହୋଇପାରେ।
  • କୌଣସି ଯାତ୍ରାକୁ ଯିବାକୁ ପଡିପାରେ।
  • ସଞ୍ଚିତ ଧନରେ ଅଭାବ ଆସିପାରେ।
  • ଅଫିସରମାନଙ୍କ ସହ ସମ୍ପର୍କ ଭଲ ରହିବ।
  • ଆପଣ ଭୂ-ସମ୍ପତ୍ତିର ସଉଦା କରିପାରିବେ।
  • କିଣା ବିକା ମାମଲାରେ ଆପଣଙ୍କୁ ଲାଭ ମିଳିପାରେ।

ମୂଲ୍ୟାଙ୍କ ୮

  • ଏହି ସପ୍ତାହ ସମ୍ପତ୍ତି ବେପାର ଆଦିରେ ଲାଭ ହେବ। ଏହା ସଫଳତାର ସପ୍ତାହ। ଯାହା ଚାହିଁବେ ସେହିସବୁ କାମ ପୂରଣ ହେବାର ଯୋଗ ରହିଛି।
  • ଆପଣଙ୍କ ବୁଝାମଣାରେ ଫାଇଦା ହେବ।
  • ଦୈନ୍ୟନ୍ଦିନ କାମରେ ଫାଇଦା ମିଳିବ।
  • ପାରିବାରିକ ସମସ୍ୟାର ସମାଧାନ ହେବାର ମଉକା ମିଳିବ।
  • ମାନ-ସମ୍ମାନ ବୃଦ୍ଧି ହେବ।
  • ଆପଣଙ୍କୁ ଆର୍ଥିକ ଲାଭ ହେବାର ଆଶା ରହିଛି।
  • ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.