ଆପଣଙ୍କର ନଖ ଚୋବାଇବାର ଅଭ୍ୟାସ ଅଛି କି, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ନଖ ଚୋବେଇବା ଅଭ୍ୟାସ ସାଧାରଣତଃ ପିଲାଦିନରୁହିଁ ଆରମ୍ଭ ହୋଇଯାଇଥାଏ | ଏହି ଅଭ୍ୟାସ କେବେ ଚିନ୍ତା କେବେ ଷ୍ଟ୍ରେସ କାରଣରୁ ମଧ୍ୟ ହୋଇପାରେ | ଏଥିପାଇଁ ଆପଣ କିଛି ଘରୋଇ ତୁଟୁକା ଆପଣେଇ ପାରିବେ | ନଖ ଚୋବାଇବା ଦ୍ୱାରା ନଖରେ ଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ | ଡାକ୍ତରଙ୍କ ମତରେ ତୁରନ୍ତ ଏହି କାର୍ଯ୍ୟରୁ ବିରାଟ ରହିବ ଉଚିତ | ଆସନ୍ତୁ ଜାଣିବା କିକିପରି ମୁକ୍ତି ପାଇବେ ଏଥିରୁ |

1- ଆପଣ ନିଜର ନଖକୁ ଛୋଟ ରଖନ୍ତୁ | ଯେପର୍ଯ୍ୟନ୍ତ ଆପଣଙ୍କ ନଖ ଛୋଟ ରହିଥିବ ସେପର୍ଯ୍ୟନ୍ତ ଆପଣ ତାକୁ ସହଜରେ ପାଟିରେ ଚୋବେଇ ପାରିବେ ନାହିଁ | ନଖ କାଟିବା ପ୍ରକ୍ରିୟାକୁ ଶୀଘ୍ର ଦୋହରାଇବାକୁ ହେବ | କାହିଁକିନା ନଖ ବହୁତ ଶୀଘ୍ର ବଢିଥାଏ |

2- ମେନିକୀୟର ପ୍ରକ୍ରିୟାରେ ନଖକୁ ସୁନ୍ଦର କରା ଯାଇଥାଏ | ଯେବେ ଆପଣଙ୍କ ନଖ ଦେଖିବାକୁ ସୁନ୍ଦର ହୋଇଥାଏ ତେବେ ଏହାକୁ ଚୋବେଇବାରୁ ରକ୍ଷା କରାଯାଇପାରେ |

3- ଏହି ଅଭ୍ୟାସରୁ ମୁକ୍ତି ପାଇବାକୁ ହେଲେ ଆପଣ ନଖରେ ଖରାପ ସ୍ୱାଦର ନେଲପଲିସ ଲଗେଇ ପାରିବେ | ଯେତେବେଳେ ଆପଣ ନଖ ଚୋବେଇବେ ତାହାର ଖରାପ ସ୍ୱାଦ ଆପଣଙ୍କୁ ଏମିତି କରିବାକୁ ବନ୍ଦ କରିବାରେ ସାହାଯ୍ୟ କରି ପାରିବ |

4- ଆପଣ ନିଜର ନଖରେ କୌଣସି ନଖ ଏକସେଶରୀଯ ବ୍ୟବହାର କରନ୍ତୁ କିମ୍ବା କୌଣସି ବ୍ୟାଣ୍ଡେଜରେ ଏହାକୁ କଭର କରି ଦିଅନ୍ତୁ | ଏମିତି କରିବା ଦ୍ୱାରା ନଖ ଚୋବାଇବା ଅଭ୍ୟାସରୁ ଆପଣ ମୁକ୍ତି ପାଇ ପାରିବେ |

ଆପଣ ଏହା ଜାଣିବାକୁ ଚେଷ୍ଟା କରନ୍ତୁ କି କେଉଁ ପରିସ୍ଥିତିରେ ଆପଣଙ୍କୁ ନଖ ଚୋବାଇବାକୁ ଇଚ୍ଛା ହେଉଛି | ତାସହିତ ଆପଣ ନିଜର ଦିମାକକୁ ଡାଇଭର୍ଟ କରନ୍ତୁ ଯଦ୍ୱାରା ଆପଣଙ୍କର ନଖ ଚୋବାଇବା ଅଭ୍ୟାସ କମ ହୋଇଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.