କେଶର ସୁନ୍ଦରତା ବଢାଏ ଘିଅ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଘିଅ ଯେ,କୌଣସି ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଘିଅ ବ୍ୟଞ୍ଜନର ସ୍ୱାଦ ବଢାଇବା ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ହେବା ସହିତ ,ଏହା କେଶ ପାଇଁ ମଧ୍ୟ ବହୁତ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । କେଶର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ତେବେ ଆସନ୍ତୁ ଜାଣିବା କେଶ ପାଇଁ ଘିଅର ଉପକାରିତା ସମ୍ପର୍କରେ ।

-ଲମ୍ବା କେଶ ପ୍ରାୟତଃ ସମସ୍ତଙ୍କର ପସନ୍ଦ । ତେଣୁ ଲମ୍ବା କେଶ ଚାହୁଁଥିଲେ, ଘିଅରେ ଅଁଳା ରସ କିମ୍ବା ପିଆଜ ରସ ମିଶାଇ, କେଶରେ ମାସିଲ କରିବା ଦ୍ୱାରା କେଶ ଲମ୍ବା ହୋଇଥାଏ ।

hair

-କେଶରେ ଚମକ ଆଣିବାକୁ ଚାହୁଁଥିଲେ, ଘିଅକୁ ହାଲ୍‌କା ଉଷୁମ୍ କରି , କେଶରେ କିଛି ସମୟ ଯାଏଁ ମାସିଲ କରିବା ପରେ , କେଶରେ ଲେମ୍ବୁ ରସ ଲଗାଇ କିଛି ସମୟ ଯାଏଁ ଛାଡିବେ । ଏହାପରେ କେଶକୁ ଧୋଇବେ । ଏପରି କରିବା ଫଳରେ କେଶରେ ଚମକ ଆସିଥାଏ ।

-କେଶରେ ରୂପି ସମସ୍ୟା ଦେଖା ଦେଉଥିଲେ, ଘିଅ ଏବଂ ବାଦାମ୍ ତେଲକୁ ମିଶାଇ ମାଲିସ୍ କରିବା ଦ୍ୱାରା, ରୂପି ସମସ୍ୟା କମ୍ ହୋଇଥାଏ ।

-କେଶ ଅଧିକ ରୁକ୍ଷ ଲାଗୁଥିଲେ , ଅଲିଭ୍ ଅଏଲରେ ଘିଅ ମିଶାଇ କେଶରେ ଲଗାଇବା ଦ୍ୱାରା, କେଶର ରୁକ୍ଷତା କମିଥାଏ ।

-କେଶ ଫାଟୁଥିଲେ,କେଶରେ ଘିଅ ମାଲିସ କରିବା ଦ୍ୱାରା, କେଶ ଫାଟିବା ବନ୍ଦ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.