ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ଗୁଣ୍ଡାରାଜ୍‌: ବୁଲିଲା ଖଣ୍ଡା ଓ ଭୁଜାଲି, ୨୦ରୁ ୩୦ ମିନିଟ୍‌ ଧରି ଚାଲିଲା ଆତଙ୍କରାଜ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ପଳାଶୁଣୀ ମୁଣ୍ଡାସାହିରେ ଗୁଣ୍ଡାରାଜ୍‌ । ବୁଲିଲା ଖଣ୍ଡା, ଭୁଜାଲି । ୨୦ରୁ ୩୦ ମିନିଟ୍‌ ଧରି ଚାଲିଲା ଆତଙ୍କରାଜ । ପୂର୍ବର ଛୋଟ ଝଗଡ଼ାକୁ ନେଇ ଗତକାଲି ହୋଇଥିଲା ମହାଭାରତ । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମଞ୍ଚେଶ୍ୱର ପୋଲିସ ।

ଅନ୍ୟ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟିମ୍‌ । ୪୦ରୁ ୫୦ ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଆକ୍ରମଣରେ ସାହିର ୨୦ରୁ ଅଧିକ ଆହତ ହୋଇଥିବା ବେଳେ ୬ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଞ୍ଚେଶ୍ୱର ଥାନଠୁ ମାତ୍ର ୩ ଶହ ମିଟର ଦୂରରେ ଘଟିଛି ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.