ଯୁବତୀମାନେ ଇଣ୍ଟରନେଟରେ ସବୁଠାରୁ ଅଧିକ କଣ ସର୍ଚ୍ଚ କରନ୍ତି ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସମୟ ଥିଲା ଯେତେବେଳେ କୌଣସି ବିଷୟରେ ତଥ୍ୟ ଆବଶ୍ୟକ ପଡୁଥିଲା ସେତେବେଳେ ଗୋଟିଏ ସ୍ଥାନରେ ଭାଇ ଭଉଣୀ କିମ୍ବା ସାଙ୍ଗସାଥୀ ଏକାଠି ବସି କଥା ହେଉଥିଲେ । ପରସ୍ପରକୁ ନିଜର ଭାବନା ଜଣାଉଥିଲେ । କିନ୍ତୁ ଏବେ ବଦଳି ଯାଇଛି ସମୟ । ଯେବେଠାରୁ ଲୋକଙ୍କ ଜୀବନରେ ପ୍ରବେଶ କରିଛି ଇଣ୍ଟରନେଟ୍ । ଇଣ୍ଟରନେଟରେ ଘଂଟା ଘଂଟା ଧରି ସମୟ ବିତାଉଛନ୍ତି ଆଜିର ଯୁବପୀଢି । ଘରେ ବସି ମାତ୍ର ଗୋଟିଏ କ୍ଲିକରେ ପାଇପାରନ୍ତି ଚାହୁଁଛିବା ସୂଚନା । ଜ୍ଞାନର ସାଗର ହେଉଛି ଇଣ୍ଟରନେଟ୍ । ବଦଳିଯାଇଛି ଲୋକଙ୍କ ଜୀବନ ଜିଇଁବାର ଅନ୍ଦାଜ୍ । ସ୍ମାର୍ଟ ହୋଇଯାଇଛନ୍ତି ଯୁବପୀଢି ।

ଏବେ ପ୍ରାୟ ସମସ୍ତେ ଇଣ୍ଟରନେଟରେ ବ୍ୟସ୍ତ ରହୁଛନ୍ତି । ତେବେ ଅଧିକାଂଶ ଲୋକ ଇଣ୍ଟରନେଟରେ ସୋସିଆଲ୍ ସାଇଟ୍ ମାଧ୍ୟମରେ ନିଜ ସାଙ୍ଗ, ବନ୍ଧ ଏବଂ ପରିଜନଙ୍କ ସହ କଥା ହୁଅନ୍ତି । କିମ୍ବା ଅଧିକାଂଶ ଲୋକ ଅଲନାଇନ୍ ଭିଡିଓ ଏବଂ ଗୀତ ଶୁଣିଥାନ୍ତି । କିନ୍ତୁ ଝିଅ ମାନେ ସାଧାରଣତଃ ଇଣ୍ଟରନେଟରେ କଣ ଖୋଜନ୍ତି ତାହା ଜାଣିବାକୁ ସମସ୍ତେ ଉତସୁକ । ଖାସ୍ କରି ଯେତେବେଳେ ଏକା ଥାନ୍ତି ସେତେବେଳେ କଣ ସର୍ଚ୍ଚ କରନ୍ତି ଇଣ୍ଟରନେଟରୁ ।

ଏକ ସର୍ବେକ୍ଷଣ ଅନୁଯାୟୀ, ଯୁବତୀମାନେ ସର୍ବଦା ଅନ୍ୟ ଝିଅମାନଙ୍କଠୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖଯିବାକୁ ଚାହାଁନ୍ତି । ତେଣୁ ରାତିରେ ଏକା ଥିବା ସମୟରେ ସୁନ୍ଦର ଏବଂ ଆକର୍ଷଣୀୟ ହେବା ପାଇଁ ବିଭିନ୍ନ ଉପାୟ ଖୋଜିଥାନ୍ତି । ବିଭିନ୍ନ ପ୍ରକାର ବିଉଟି ପ୍ରଡକ୍ଟ ଏବଂ ତାର ବ୍ୟବହାର ଇଣ୍ଟରନେଟରେ ଦେଖିଥାନ୍ତି ମହିଳାମାନେ ।

ଏହା ବ୍ୟତୀତ ଇଣ୍ଟରନେଟରେ ମହିଳାଙ୍କ ଦ୍ବିତୀୟ ପସନ୍ଦ ହେଉଛି ମେହନ୍ଦି ଡିଜାଇନ୍ । ଆଇ ୩ୟ ପସନ୍ଦ ହେଉଛି ଇଣ୍ଟରନେଟରେ ସପିଂ । ଆଜି ଇଣ୍ଟରନେଟ୍ ଦୁନିଆରେ ଆପଣ ବିଶ୍ବର କୌଣସି ସ୍ଥାନରୁ କିଛି ବି ଅର୍ଡର କରିପାରିବେ । ତେଣୁ ଇଣ୍ଟରନେଟରେ ଫ୍ୟାସନ୍ ଏବଂ କପଡା ସହ ଜଡିତ ଜିନିଷ ସର୍ଚ୍ଚ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.