ଏମିତି ଏକ ମନ୍ଦିର ଯେଉଁଠାରେ ରହିଛନ୍ତି ୩୦ ହଜାର ନାଗସାପ

ଭଗବାନ ଶିବଙ୍କ ସହ ଜଡ଼ିତ ଥିବାରୁ ସନାତନ ଧର୍ମରେ ସାପଙ୍କର ବହୁ ମାନ୍ୟତା ରହିଛି। ଏପରିକି ପ୍ରତ୍ୟେକ ଶିବ ମନ୍ଦିରରେ ନାଗ ସାପଙ୍କର ମୂର୍ତ୍ତି ବା ଧାତୁ ପୂଜା ପାଇଥାଏ। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଏକତ୍ର ଦେଖିବାକୁ ମିଳେ ୩୦ ହଜାର ନାଗ। ଆସନ୍ତୁ ଜାଣିବା କଣ ରହିଛି ସେହି ମନ୍ଦିରର ମାନ୍ୟତା।

କେରଳର ମନ୍ନାଶାଳାରେ ରହିଛି ମନ୍ନାର ମନ୍ଦିର। ଏହି ମନ୍ଦିରରେ ଏକତ୍ର ଦେଖିବାକୁ ମିଳିଛନ୍ତି ୩୦ ହଜାର ନାଗ ସାପ। ମନ୍ଦିରଟି ଆଲାପୁଜାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ। ନାଗରାଜା ବା ନାଗପକ୍ଷୀଙ୍କୁ ସର୍ମପିତ ରହିଥିବା ଏହି ମନ୍ଦିରକୁ ଭାରତର ସପ୍ତାଶ୍ଚର୍ଯ୍ଯା ମଧ୍ୟରେ ଗଣାଯାଇଥାଏ। ଏହି ମନ୍ଦିରର ସମସ୍ତ ପାର୍ଶ୍ବରେ ନଜର ଆସିଥାନ୍ତି କେବଳ ନାଗସାପ। ମନ୍ଦିରଟି ପାଖପାଖି ୧୬ ଏକର ଅଞ୍ଚଳ ପର୍ୟ୍ୟନ୍ତ ବ୍ୟାପିଥିବା ବେଳେ ଏଠାରେ ପ୍ରାୟ ୩୦ ହଜାର ସାପଙ୍କ ପ୍ରତିମା ରହିଛି।

nagaraja

ପୌରାଣିକ ଶାସ୍ତ୍ର ଅନୁଯାୟୀ, କ୍ଷତ୍ରୀୟଙ୍କ ବଧରୁ ମୁକ୍ତି ପାଇବା ପାଇଁ ଭଗବାନ ପର୍ଶୁରାମ ଏହି ନାଗ ମନ୍ଦିରର ନିର୍ମାଣ କରିଥିଲେ। ଅନେକ ଶାସ୍ତ୍ରରେ ପର୍ଶୁରାମଙ୍କୁ କେରଳର ର୍ନିମାଣକର୍ତ୍ତା ବୋଲି ମଧ୍ୟ ବିବେଚନା କରାଯାଇଥାଏ। ପର୍ଶୁରାମଙ୍କ ତପସ୍ୟାରୁ ପ୍ରସନ୍ନ ହୋଇ ନାଗଦେବ ତାଙ୍କୁ ବରଦାନ ଦେଇଥିଲେ କି ସେ ଏହି ସ୍ଥାନରେ ଯୁଗଯୁଗ ପର୍ୟ୍ୟନ୍ତ ଉପସ୍ଥିତ ରହିବେ ଏବଂ ଭକ୍ତଙ୍କ ଉଦ୍ଧାର କରିବେ। ମନ୍ନାରଶାଳା ମନ୍ଦିରକୁ ଶ୍ରୀନାଗରାଜ ମନ୍ଦିର ମଧ୍ୟ କୁହାଯାଇଥାଏ । ଏହି ମନ୍ଦିରରେ ଅନନ୍ତ, ଭଗବାନ ବିଷ୍ଣୁ ଏବଂ ବାସୁକୀ ଭଗବାନଙ୍କର ପ୍ରତିନିଧିତ୍ବ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.