ଫ୍ୟାଟି ଲିଭର ପାଇଁ ରାମବାଣ ଚିକିତ୍ସା, କେବଳ ଏହି ଗୋଟିଏ ଜିନିଷ ଖାଇଲେ ମିଳିବ ଫାଇଦା

ଫ୍ୟାଟି ଲିଭର ଭଳି ସମସ୍ୟା ଏବେ ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଦେଖାଯାଉଛି । ଏହାର ମୂଳ କାରଣ ଖାଦ୍ୟ ପାନୀୟ ଓ ଭୁଲ ଜୀବନ ଧାରଣର ଅଭ୍ୟାସ । ଫ୍ୟାଟି ଲିଭର ରୋଗକୁ ଯଦି ପ୍ରଥମରୁ ଭଲ କରାନଯାଏ । ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବହୁ ଅସୁବିଧାରେ ପକାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଫ୍ୟାଟ ଲିଭର ପାଇଁ ରାମବାଣ ଚିକିତ୍ସା ।

ଶରୀର ପାଇଁ ଅଳାଁ ଏକ ବରଦାନ ଭଳି । ଭିଟାମିନ ସି ରେ ଭରପୁର ଅଳାଁ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି କ୍ଷମତା ବଢ଼ିଥାଏ । ଅଳାଁ ଖାଇବା ଦ୍ୱାରା ପାଚନ ତନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ । ଏଥିରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ଗୁଣ ଲିଭରକୁ ସୁସ୍ଥ ରଖିଥାଏ । ଯଦି ଆପଣ ଫ୍ୟାଟି ଲିଭର ରୋଗରେ ପୀଡିତ ତେବେ ଖାଦ୍ୟରେ ଅଳାଁ ସାମିଲ କରନ୍ତୁ ।

 

amla juce
photo credit: Reviews XP

ଲିଭର ପାଇଁ ବରଦାନ ଅଳାଁ :

ଲିଭର ପାଇଁ ଅଳାଁ ବହୁତ ଲାଭଦାୟକ । ଅଳାଁ ଖାଇବା ଦ୍ୱାରା ଲିଭରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଫଳରେ ଲିଭର ସୁସ୍ଥ ହୋଇଥାଏ । ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ଅଳାଁ ରାମବାଣ ସଦୃଶ ହୋଇଥାଏ । ଅଳାଁ ଲିଭର ଫେଲ ହେବାରୁ ରକ୍ଷା କରିଥାଏ । ଫ୍ୟାଟି ଲିଭର ରୋଗୀ କିପରି ଅଳାଁ ଖାଇବା ଦରକାର ।

ଫ୍ୟାଟି ଲିଭର ରୋଗୀ ଏପରି ଖାଆନ୍ତୁ ଅଳାଁ :

ଅଳାଁକୁ ଆପଣ କୌଣସି ବି ପ୍ରକାରେ ଖାଇ ପାରିବେ । ତେବେ ଫ୍ୟାଟି ଲିଭର ରୋଗୀ ଅଳାଁକୁ କଳା ଲୁଣ ସହିତ ଖାଇବା ଦରକାର । ଆପଣ କଞ୍ଚା ଅଳାଁରେ କଳା ଲୁଣ ପକାଇ ଖାଇ ପାରିବେ । ଏହାଛଡ଼ା ସକାଳେ ଓ ସନ୍ଧ୍ୟାରେ ଅଳାଁ ଜୁସ ପିଇ ପାରିବେ । ମାର୍କେଟରେ ଅଳାଁ ଚିପ୍ସ ବି ମିଳୁଛି । ଆପଣ ତାକୁ ବି ଖାଇପାରିବେ । ଅଳାଁ ଚା’ ମଧ୍ୟ ଖାଇ ପାରିବେ । ଦୈନିକ ଅଳାଁ ଚା’ ପିଇଲେ ଲିଭର ମଜଭୁତ ହେବା ସହ ଫ୍ୟାଟି ଲିଭର ସମସ୍ୟା ଦୂର ହୋଇପାରିବ । ଅଳାଁ ଚା’ ବନାଇବା ପାଇଁ ଏହାକୁ ରାତିରେ କାଟିକରି ପାଣିରେ ବତୁରାଇ ଦିଅନ୍ତୁ । ସକାଳେ ଅଦା ଓ ଅଳେଇଚ ମିଶାଇ ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.