ଆପଣଙ୍କ ଥାଇରଏଡ୍ କୁ କଣ୍ଟ୍ରୋଲ କରିବ ଲାଉ ଜୁସ୍, ନିଶ୍ଚିତ ପିଅନ୍ତୁ

ଶରୀର ପ୍ରତି ରୀତିମତ ଧ୍ୟାନ ନ ଦେଇ ପାରିବା କାରଣରୁ ଆମ ସ୍ୱାସ୍ଥ୍ୟ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ବ୍ଲଡ଼ ପ୍ରେସର, ଡାଇବେଟିସ ସାଧାରଣ ସମସ୍ୟା ହେବାକୁ ଲାଗିଲାନି । ଏହା ବାଦ ଅନେକଙ୍କ ଠାରେ ଥାଇରଏଡ ପରି ସମସ୍ୟା ବି ଦେଖାଦେଉଛି । ମହିଳା ମାନେ ବେଶୀ ଥାଇରଏଡରେ ଆକ୍ରାନ୍ତ ହେଉଛନ୍ତି । ଏହା ଫଳରେ କିଛି ଜଣଙ୍କ ଓଜନ ଖୁବ ଅଧିକ ବଢି ଯାଉଛିତ କିଛି ଜଣଙ୍କ ଓଜନ କମିଯାଉଛି । ଏହା ଏକ ଅତି ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଧୀରେ ଧୀରେ ଏହା ମାରାତ୍ମକ ରୂପ ଧାରଣ କରେ । ତେଣୁ ବେଳ ଥାଉ ଥାଉ ଏପ୍ରତି ଧ୍ୟାନ ଦେଇ କଣ୍ଟ୍ରୋଲ କରିନେବା ଜରୁରୀ । ନିଜ ଡାଏଟକୁ ନେଇ ସଚେତନ ହେବା ନିହାତି ଜରୁରୀ ।
ଥାଇରଏଡ୍ ରେ ଆପଣ କିଛି ଜୁସ୍ ମଧ୍ୟ ପିଇପାରିବେ। ଏହାଦ୍ୱାରା ଆପଣଙ୍କ ଡାଏଟ ଠିକ ରହିବ। ଏମିତିରେ ଲାଉ ଜୁସ୍ ବହୁତ ଉପକାରୀ ହୋଇଥାଏ। ଅଧିକାଂଶ ଲୋକ ଲାଉ ଜୁସ୍ ପିଇବାକୁ ଆଦୌ ପସନ୍ଦ କରିନଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ଲାଉ ପାଟିକୁ ପିତା ଲାଗୁନଥିଲେ ମଧ୍ୟ ଏହାର ସ୍ୱାଦ କିଛି ଲୋକଙ୍କୁ ପସନ୍ଦ ଆସିନଥାଏ। ତେଣୁ ସେମାନେ ଏହାକୁ ଖାଇନଥାନ୍ତି। କିନ୍ତୁ ଡାକ୍ତରଙ୍କ କହିବାନୁସାରେ ଲାଉରେ ଥିବା ପୋଷକ ତତ୍ତ୍ୱ ମୋଟାପଣ କମ୍ କରିବାରେ ସାହାଯ୍ୟ କରେ। କେବଳ ଏତିକି ନୁହେଁ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଲାଉ ଜୁସ୍ ପିଇବାର ଫାଇଦା ସମ୍ପର୍କରେ…
-ତ୍ୱଚାର ଲୋଚାକୋଚାପଣ ଦୂର କରିବାରେ ଲାଉ ଜୁସ୍ ସାହାଯ୍ୟ କରେ। ଏହା ମୃତ କୋଷିକାକୁ ବାହାର କରି ଦେବା ସହ ଦୁର୍ବଳ କୋଷିକାକୁ ସବଳ କରିଥାଏ। ଫଳରେ ତ୍ୱଚାରେ ଚମକ ଆସେ।
-ଲାଉରେ ଭିଟାମିନ୍, ମିନେରାଲ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରି ରହିଥାଏ। ଏହା ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ। ଏଣୁ ପ୍ରତିଦିନ ଲାଉ ଜୁସ୍ ପିଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି।
-ଆଖି ପାଇଁ ମଧ୍ୟ ଏହା ବେଶ୍ ଦରକାରୀ ହୋଇଥାଏ। ଆଖି ବିନ୍ଧୁଥିଲେ ପତାରେ ଲାଉକୁ କାଟି ୧୦-୧୫ ମିନିଟ୍ ରଖନ୍ତୁ। ଆରାମ ଲାଗିବ।
-କେଶ ଝଡ଼ୁଥିଲେ ଓ ଧଳା ହୋଇଯାଇଥିଲେ ଲାଉ ରସକୁ ମୁଣ୍ଡରେ ଲଗାନ୍ତୁ। ସବୁ ସମସ୍ୟା ଦୂର ହେବ।
-ତ୍ୱଚାର ଦାଗ ଦୂର କରିବା ପାଇଁ ଲାଉ ଜୁସ୍ ସେବନ କରନ୍ତୁ। ତେଲ ଅଂଶ ଦୂର ହେବା ସହ ଦାଗ ବି ଚାଲିଯିବ।
-ଖୁବ ସହଜରେ ମିଳୁଥିବା ଲାଉ ଆମକୁ ଅନେକ ରୋଗ ଦାଉରୁ ରକ୍ଷା କରିପାରେ । ଯଦି ଥାଇରଏଡକୁ ନିୟନ୍ତ୍ରଣକୁ ଆଣିବାକୁ ଚାହୁଁଛନ୍ତି ନିୟମିତ ଭାବେ ଲାଉ ତରକାରି, ଲାଉ ରସ, ସୁପ ଆଦି ବ୍ୟବହାର କରନ୍ତୁ ।