ଏହି ୩ ଉପାୟ କଲେ କେବେ ହୋଇ ନଥାଏ ଟଙ୍କାର ଅଭାବ, ସୁଖ ସୁବିଧାରେ ଭରିଯାଏ ଘର

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଜୀବନରେ ସୁଖ ସୁବିଧା ମିଳୁ । ଯେଉଁଥିପାଇଁ ବ୍ୟକ୍ତି ଦିନ ରାତି ପରିଶ୍ରମ କରିଥାଏ । ହେଲେ ଯେତେବେଳେ ପୂର୍ଣ୍ଣ ପରିଶ୍ରମ କରିବା ପରେ ବି ଫଳ ମଳେନା, ବ୍ୟକ୍ତି ହତୋତ୍ସାହିତ ହୋଇଥାନ୍ତି । ଘର ପରିବାରରେ ବାସ୍ତୁ ଦୋଷ ଥିଲେ ଭାଗ୍ୟ ସାଥ ଦେଇ ନଥାଏ । ଫଳରେ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁର କିଛି ଏମିତି ଉପାୟ କହିବୁ ଯାହାକୁ ଆପଣାଇ ଜୀବନର ଉନ୍ନତି କରିପାରିବେ । ଆସନ୍ତୁ ଜାଣିବା କ’ଣ ସେହି ଉପାୟ-

–  ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ବା ଉତ୍ତର ଦିଗରେ ତୁଳସୀର ଗଛ ଲଗାଇବା ଦ୍ୱାରା ଶୁଭ ହୋଇଥାଏ । ଏହାଦ୍ୱାରା ମାନସିକ, ଶାରୀରିକ ଓ ଆର୍ଥିକ ଅସୁବିଧା ଦୂର ହୋଇଥାଏ ।

  କ୍ୟାରିଅରରେ ଉନ୍ନତି ଚାହାଁନ୍ତି ତ ଘରର ଉତ୍ତର-ପୂର୍ବ ବା ଇଷାନ କୋଣକୁ ସଫା ରଖନ୍ତୁ । ଏହି ଜାଗାରେ ଧଳା ରଂଗର କ୍ରିଷ୍ଟାଲ ରଖନ୍ତୁ, ଲାଭ ମିଳିବ ।

  ସୁଖ ସମୃଦ୍ଧିର କାରକ ଗ୍ରହ ବୃହସ୍ପତିକୁ ମଜବୁତ କରିବା ପାଇଁ ପୋଛା ପାଣିରେ ଚିମୁଟିଏ ହଳଦୀ ପକାଇ ପୋଛା ଲଗାନ୍ତୁ। କୁହାଯାଏ ଏପରି କରିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ ।

  ଉତ୍ତର ଦିଗ ଧନ ଦେବତା କୁବେରଙ୍କ ଦିଗ ବୋଲି ମନାଯାଏ । ତେଣୁ ଏହି ଦିଗରେ ତେଜୋରି ଏମିତି ରଖନ୍ତୁ ଯେପରି ଆଲମିରାର ଦରବାଜା ଯେପରି ସର୍ବଦା ଉତ୍ତର ଦିଗକୁ ଖୋଲିବ ।     ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ ।

  ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ସୂର୍ଯ୍ୟ ମନ୍ତ୍ର ଲଗାଇବା ଶୁଭ ହୋଇଥାଏ । ଏହାଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହୋଇ ଘରେ ଧନ-ଧାନ୍ୟର କେବେ କମ ହୋଇ ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.