ସାବିତ୍ରୀ ପାଇଁ ବିଦେଶରୁ ଆସିଥିଲେ ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି କଲେ ଆତ୍ମହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଅଘଟଣ। ସ୍ତ୍ରୀର ପ୍ରେମ ସମ୍ପର୍କ ସହିନପାରି ସ୍ୱାମୀର ଆତ୍ମହତ୍ୟା। ତେବେ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ସରଖିଆ ଗ୍ରାମର କାମଦେବ ଷେଣ୍ଢ ସେ ଦୀର୍ଘ ଦେଢ଼ ବର୍ଷ ହେଲା ଦୁବାଇରେ କାମକରୁଥିଲେ। ତାର ସୁଯୋଗ ଉଠେଇ ସ୍ତ୍ରୀ (ସାନ୍ଧ୍ୟ୍ର ରାଣୀ ଦାସ ) କିଛି ବର୍ଷ ହେଲା ସେହି ଗ୍ରାମର ମଦନ ସାହୁ ଙ୍କ ସହ ସମ୍ପର୍କ ରଖିଆସୁ ଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି ।

ଆତ୍ମହତ୍ୟା ପୂର୍ବରୁ କାମଦେବ ସୁସାଇଡାଲ ନୋଟ ଲେଖି ଯାଇ ଥିବା ଜଣାପଡିଛି । ଘର ନିକଟରେ ଥିବା ଆମ୍ବ ଗଛରେ ବେକରେ ରସି ଦେଇ ଆତ୍ମ ହତ୍ୟା କରିଛନ୍ତି । ଅନ୍ଯ ପଟେ ଝିଅ ର ମାଆ ପ୍ରତିକ୍ରିୟା ଦେଇ କହିଛନ୍ତି ଝିଅକୁ ଶାଶୁ ଘରେ ମାଡ଼ ଗାଳି ଦେବାରୁ ୧ ମାସ ହେବ ମୋ ଘରେ ଅଛି । ସାବିତ୍ରି ବ୍ରତକୁ ଯାଇ ନଥିଲା । ଏହାକୁ କେନ୍ଦ୍ର କରି ଏଭଳି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କହିଛନ୍ତି । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣା ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.