ଜୁନ୍‌ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍‌: ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ କରିପାରିବେ ଟିକେଟ୍‌ ବୁକିଂ

(କେନ୍ୟୁଜ): ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ଟି ଟେ୍ଵଣ୍ଟି ମ୍ୟାଚ ପାଇଁ ଜୋର ସୋର ଚାଲିଛି ପ୍ରସ୍ତୁତି । ଜୁନ୍‌ ୧ ତାରିଖ ସକାଳ ୧୧ଟାରୁ ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ପେଟିଏମ୍‌ ଆପ୍‌ କିମ୍ବା WWW.INSIDER.INରେ ଲଗ୍‌ଇନ୍‌ କରି ଟିକେଟ୍‌ ବୁକିଂ କରିହେବ । ଟିକେଟ୍‌ ବୁକିଂ ପାଇଁ ପରିଚୟ ପତ୍ର ଅପଲୋଡ୍‌ କରିବାକୁ ହେବ । ଏଥିପାଇଁ ନିଜର ଆଇଡି ପ୍ରୁଫ୍‌, ଫୋନ ନମ୍ବର ଏବଂ ଇମେଲ ଆଇଡି ଦେଇ ଟିକେଟ୍‌ ବୁକିଂ କରିପାରିବେ ।

୫ ହଜାର ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଉପଲବ୍ଧ କରାଯିବ । ଜଣେ ବ୍ୟକ୍ତିଙ୍କୁ ଦୁଇଟି ଟିକେଟରୁ ଅଧିକ ବୁକ୍‌ କରିବାକୁ ଅନୁମତି ନାହିଁ । ବୁକ୍‌ କରିଥିବା ଅନଲାଇନ୍‌ ଟିକେଟ୍‌କୁ ଜୁନ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ୟାଲେରୀ ନମ୍ବର ୨, ୪ ଏବଂ ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ୟୁ-ପାଭେଲିୟନ ଏବଂ ଏସି-ବକ୍ସ ପାଇଁ ବିକ୍ରି କରାଯିବ ଏହି ଅନଲାଇନ ଟିକେଟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.