ହେୟାର କେୟାର ଟିପ୍ସ : ଶୀତ ଦିନେ ବ୍ୟବହାର କରନ୍ତୁ ନେଚୁରାଲ ଅଏଲ୍‌, ଜାଣନ୍ତୁ ଘରେ ବନାଇବାର ତରିକା

ଘନ କଳା ଓ ଲମ୍ବା ବାଳ ହେବା ପାଇଁ ସମସ୍ତେ ଚାହାଁନ୍ତି । ଲମ୍ବା ବାଳ ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ । ହେଲେ ଶୀତ ଦିନେ ବାଳର ବହୁତ ପ୍ରକାର ଅସୁବିଧା ହୋଇଥାଏ । ବାଳ ଝଡ଼ିବା ଓ ଋପି ଭଳି ବିଭିନ୍ନ ପ୍ରକାର ବାଳର ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ବଜାରର ବିଭିନ୍ନ ପ୍ରକାର କେମିକାଲ ଓ ମେଡିସିନ ପ୍ରୟୋଗ କରିବା ପରିବର୍ତ୍ତେ ଘରେ ବନାଇ ପାରିବେ ନେଚୁରାଲ ଅଏଲ । ଯାହାକି ଆପଣଙ୍କ ବାଳକୁ ଲମ୍ବା ଓ ଘନ କରିବା ସହ ଝଡିବାରୁ ରକ୍ଷା କରିବ । ଏଥିପାଇଁ ବାଳରେ ଲଗାନ୍ତୁ ନାଚୁରାଲ ଏଲୋଭରା ତେଲ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ତରିକା ।

ଏପରି ଘରେ ବନାନ୍ତୁ ନେଚୁରାଲ ଏଲୋଭରା ତେଳ

ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଆପଣ ୧୦ ଚାମଚ ଏଲୋଭରା ଜେଲ ଆଣନ୍ତୁ । ଏହାକୁ ୧ କପ୍‌ ନଡ଼ିଆ ତେଲରେ ମିଶାନ୍ତୁ । ଏହି ଦୁଇଟିକୁ ଭଲ ଭାବେ ଏକ ପାତ୍ରରେ ମିଶ୍ରଣ କରି ରଖନ୍ତୁ । ଏହାକୁ ନେଇ ବାଳରେ ଲଗାଇ ୨ ଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ । ୨ ଘଣ୍ଟା ପରେ ବାଳକୁ କିଛି ମାଇଲ୍ଡ ସାମ୍ପୋରେ ସଫା କରନ୍ତୁ ।

ଏଲୋଭରା ତେଲ ଲଗାଇବାର ସୁବିଧା

.  ଯଦି ଆପଣଙ୍କ ବାଳ ଦୁଇମୁହାଁ ହେଉଛି ତେବେ ବାଳରେ ଏଲୋଭରା ତେଲ ମାରିବା ଦ୍ୱାରା ବହୁତ ଲାଭ ମିଳିଥାଏ । ଏହା ବାଳର ରୁଖାପଣ ଭଲ କରିବା ସହ ଦୋମୁହାଁ ବାଳକୁ ଭଲ କରିଥାଏ ।

.  ଏହା ବାଳ ବଢ଼ାଇବା ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହା ଆପଣଙ୍କ ଲମ୍ବା ଓ ଘନ ବାଳ ହେବାରେ ସାହାଯ୍ୟ କରିଥାଏ ।

ଏହାଛଡ଼ା ବାଳକୁ ଋପିରୁ ରକ୍ଷା କରିଥାଏ । ଏହା ସହ ଏହା ବାଳର କୁଣ୍ଡାଇ ହେବା ସମସ୍ୟାକୁ ଭଲ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.