Below header

ଓଡ଼ିଶା ପୋଲିସ ପାଇଁ ବଡ଼ ଘୋଷଣା: ପୋଲିସ କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍):ଉଦ୍‌ଯାପିତ ହେଲା ୬୩ତମ ରାଜ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ ସମ୍ମିଳନୀ। ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର । କୋଭିଡ୍‌ ସମୟରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକୁ କରିଛନ୍ତି ପ୍ରଶଂସା। କୋଭିଡ୍‌ ଲଢେଇରେ ୬୧ ଜଣ ପୋଲିସ କର୍ମଚାରୀ ଜୀବନ ବଳି ଦେଇଥିଲେ। ଦିବଙ୍ଗତ କୋଭିଡ୍‌ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନବୀନ। ଏହା ସହିତ ରାଜ୍ୟରେ ଆଇନ ଶୃଙ୍ଖଳା ମୁକାବିଲା ଓ ଅପରାଧ ନିୟନ୍ତ୍ରଣ ସମେତ ମାଓ ମୁକାବିଲା, ବାତ୍ୟା ମୁକାବିଲା କ୍ଷେତ୍ରରେ କାର୍ଯ୍ୟ ପାଇଁ ରାଜ୍ୟ ପୋଲିସ ବିଭାଗକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଓଡ଼ିଶା ପୋଲିସ ପାଇଁ ବଡ଼ ଘୋଷଣା କରିଛନ୍ତି ନବୀନ ।

 

cm naveen 2

ପୋଲିସ କର୍ମଚାରୀଙ୍କ ପାଇଁ ଗୃହ ନିର୍ମାଣ ବାବଦରେ ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି । ରାଜ୍ୟରେ ଆଉ ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼, ସମ୍ବଲପୁର ମାଓ ମୁକ୍ତ ହୋଇଛି । ନିଶା କାରବାର ରୋକିବାରେ ରାଜ୍ୟ ପୋଲିସର ସଫଳ ପଦକ୍ଷେପ ନେଇଛି । ଡ୍ରଗ୍ସ ବିରୋଧରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ଜାରି ରହିବ । ମହିଳା ଓ ଶିଶୁ ବିରୋଧି ହିଂସା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୩ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ମାଓ ସମସ୍ୟା, ଆଇନ ଶୃଙ୍ଖଳା, ଅପରାଧ ମୁକାବିଲା, ସାଇବର ଅପରାଧ, ନିଶା କାରବାର, ମହିଳା ତଥା ଦୁର୍ବଳ ବର୍ଗ ଓ ଶିଶୁ ସମ୍ପର୍କିତ ଅପରାଧ, ସିସିଟିଏନଏସ ଇତ୍ୟାଦି ପ୍ରସଙ୍ଗରେ ବିଷଦ ଭାବରେ ଆଲୋଚନା ହୋଇଥିଲା। ତିନି ଦିନିଆ ସମ୍ମିଳନୀର ଭର୍ଚୁଆଲ ଯୋଗ ସାମିଲ ହୋଇଥିଲେ, ନବ ନିଯୁକ୍ତ ପୋଲିସ ଡିଜି ସୁନିଲ କୁମାର ବଂଶଲ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.