ଶରୀର ପାଇଁ ଉପଯୋଗୀ ବୁଟଡ଼ାଲି, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କେଉଁ ସବୁ ଲାଭ ମିଳିଥାଏ

ଆପଣଙ୍କ ଘରେ ଥିବା ବୁଟଡାଲିକୁ ପ୍ରାୟ ସମସ୍ତେ ଖାଇବାକୁ ଭଲ ପାଇଥାନ୍ତି l କାରଣ ଭାରତୀୟ ମାନଙ୍କର ଏହା ଏକ ପ୍ରିୟ ଡାଲି ଅଟେ ,କେତେବେଳେ ଡାଲି ଭାବରେ ତ ଆଉ କେତେବେଳେ ବେସନ ଭାବରେ ଆମେ ଏହାକୁ ବ୍ୟବହାର କରିଥାଉ l ବୁଟଡାଲି ସ୍ୱାଦ ଯୁକ୍ତ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ହିତକର l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ବୁଟଡାଲିରେ ଏପରି କିଛି ତତ୍ୱ ରହିଛି ଯାହା ହୃତପିଣ୍ଡ ପାଇଁ ରାମବାଣ ଅଟେ l

* ବୁଟଡାଲି ଆମ ରକ୍ତରୁ ଖରାପ କୋଲେଷ୍ଟ୍ରଲକୁ କମ କରି ଭଲ କୋଲେଷ୍ଟ୍ରଲକୁ ବଢାଇବାରେ ସାହାଯ୍ୟ କରିଥାଏ l ଗବେଷଣା ଅନୁସାରେ ସୁସ୍ଥ ହୃତପିଣ୍ଡ ପାଇଁ ଆମର କୋଲେଷ୍ଟ୍ରଲର ସ୍ତରକୁ ନିୟନ୍ତ୍ରଣ ରଖିବା ଆବଶ୍ୟକ l ଆଉ ବୁଟଡାଲି ଏହା କରିପାରେ l

* ବୁଟଡାଲିରେ ଉଚ ମାତ୍ରାରେ ପ୍ରୋଟିନ ରହିଥିବା କାରଣରୁ ଆମର ପ୍ରତିରକ୍ଷା ପ୍ରଣାଳୀ ବଢ଼ିବାରେ ସାହାଯ୍ୟ ମିଳିଥାଏ l ଶରୀରର ଇମ୍ୟୁନ ସିଷ୍ଟମକୁ ଉନତ କରି ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାଯ୍ୟ ମିଳିଥାଏ l ତେଣୁ ବୁଟଡାଲି ବ୍ୟବହାର କରିବା ନିହାତି ଆବଶ୍ୟକ l

* ହାଡ଼ ଓ ଦାନ୍ତ ମଜବୁତ ରହିବା ପାଇଁ କ୍ୟାଲସିୟମ ଆବଶ୍ୟକ ,ତାହା ପୁରଣ କରିବ ବୁଟଡାଲି l ସମସ୍ତଙ୍କର ଧାରଣା ରହିଛି ଯେ କ୍ୟାଲସିୟମ ମୁଖ୍ୟତଃ ଦୁଗ୍ଧ ଜାତୀୟ ଜିନିଷରୁ ମିଳିଥାଏ ,କିନ୍ତୁ ଏହି ଗବେଷଣାରେ ଜଣା ପଡିଛି ଯେ ଦୁଗ୍ଧ ଛଡା ବୁଟଡାଲିରୁ ଆମେ ପାଇ ପାରିବା l କ୍ୟାଲସିୟମ ଅଷ୍ଟପ୍ରରୋସିସ ରୋଗରୁ ଶରୀରକୁ ଦୁରେଇ ରଖିଥାଏ ,ସେହି ଭଳି ବୁଟଡାଲି ମଧ୍ୟ ଅଷ୍ଟପ୍ରରୋସିସ ରୁ ଦୁରେଇ ରଖିବ l

*ଏହି ଗବେଷଣାରୁ ଜଣା ପଡିଲା ଯେ ମଧୁମେହ ରୋଗୀମାନେ ନିୟମିତ ବୁଟଡାଲି ଖାଇ ପାରିବେ ,ଏହା ଅନ୍ୟ ଡାଲି ତୁଳନାରେ ମଧୁମେହ ପାଇଁ ଅତ୍ୟନ୍ତ ହିତକର l ଏଥିରେ ପ୍ରାୟ ୧୧ %ଫାଇବର ରହିଛି l ଯାହା ଦ୍ଵିତୀୟ ସ୍ତରର ମଧୁମେହ ପାଇଁ ଅତ୍ୟନ୍ତ ହିତକର ଅଟେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.